OnaKhabar

ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ କୁସୁମ ଟେଟେ ଦେଲେ ଇସ୍ତଫା

56

ଭୁବନେଶ୍ୱର: ପୁଣି ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କୁସୁମ ଟେଟେ । ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡ଼ୁଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବା ପୂର୍ବରୁ କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କରାଯାଇଥିଲା । ଯୋଗେଶଙ୍କ ପ୍ରବେଶକୁ କୁସୁମ ଓ ତାଙ୍କ ସମର୍ଥକ ବିରୋଧ କରୁଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବାକୁ ଏହି ପଦ ଦିଆଯାଇଥିଲା ।
ଏହି ପଦରୁ ଇସ୍ତଫା ଦେବା ପରେ କୁସୁମ କହିଛନ୍ତି ଯେ ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । ସେ ବିଧାୟକ ନ ହୋଇ ମଧ୍ୟ ତାଙ୍କ ଅଞ୍ଚଳରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ତାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହୁଛନ୍ତି । ସେ ଆହୁରି କହିଛନ୍ତି ଯେ ସେ ବିଜେଡି ଛାଡ଼ି ଯିବେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ତାଙ୍କର ବିଶ୍ୱାସ ରହିଛି । ବିଜେଡି ଟିକେଟ୍‌ରେ ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ବୋଲି କହିଛନ୍ତି । କିନ୍ତୁ ତାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡି ତାଙ୍କୁ ଟିକେଟ୍ ଦେବ ବୋଲି ଗ୍ରୀନ୍ ସିଗ୍‌ନାଲ୍ ପାଇଛି ।
ତେବେ ସେପଟେ ଯୋଗେଶଙ୍କ ସଂପର୍କରେ ପଚରାଯିବାରୁ କୁସୁମ କହିଛନ୍ତି ଯେ ସେ ସଂପର୍କରେ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।

https://www.onakhabar.com/naveen-may-contest-western-oidsah/