OnaKhabar

ନବୀନ ନିବାସରେ ନବୀଙ୍କୁ ଭେଟିଲେ ଦିଲ୍ଲୀପ, ଆଜି ବିଦ୍ଧିବଦ୍ଧ ଭାବେ ଯୋଗଦାନ

0 19

ଭୁବନେଶ୍ୱର: ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ବିଜେଡିରେ ଯୋଗଦେବା ଏକ ପ୍ରକାର ଫାଇଲନ ହୋଇଯାଇଛି । ସେ ବରଗଡ଼ କିମ୍ବା କେନ୍ଦ୍ରାପଡ଼ା କିମ୍ବା ବରଗଡ଼ ଆସନରୁ ଲଢ଼ିବା ନେଇ ସମ୍ଭାବନା ଦେଖାଯାଇଛି । ଗତକାଲି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀପ ଭେଟିଛନ୍ତି । ନବୀନ ନିବାସରେ ଦିଲ୍ଲୀପ ନବୀନଙ୍କୁ ଭେଟି ମାତ୍ର ୫ ମିନିଟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ । ତେବେ ଏହି ସାକ୍ଷାତ ପରେ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ଗତ ନଭେମ୍ବର ୩୦ରେ ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଲାଗିରହିଥିଲା । ୧୯୮୨ରେ ଶ୍ରୀ ରାୟ ରାଉରକେଲା ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଭାବେ ନିଜ ରାନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ୧୯୮୫ ଓ ୧୯୯୦ରେ କ୍ରମାଗତ ଭାବେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ସେ ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଏହାସହ ଶ୍ରୀ ରାୟ ୧୯୯୬ ଓ ୨୦୦୨ରେ ଦୁଇଥର ରାଜ୍ୟସଭାକୁ ମନୋନିତ ହୋଇଛନ୍ତି । ସେ ୨୦୧୪ରେ ବିଜେପି ପ୍ରାର୍ଥୀ ଭାବେ ରାଉରକେଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ରାଉରକେଲାର ପ୍ରମୁଖ ଦୁଇଟି ଦାବି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରି ହୋଇନଥିଲା । ଏହାକୁ ନେଇ ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଥିଲେ ।

https://www.onakhabar.com/bijaya-stay-in-bjp-and-dlp-join-in-bjd/

Leave A Reply

Your email address will not be published.