OnaKhabar

ନବୀନ ନିବାସରୁ ଏପର୍ଯ୍ୟନ୍ତ ମୋତେ ଡାକରା ଆସିନାହିଁ: ସିଦ୍ଧାନ୍ତ

0 34

ଭୁବନେଶ୍ୱର: ନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ଦେଖିବାକୁ ମିଳୁଛି | ତେବେ ଦଳ ଦଳ ଭିତରେ କନ୍ଦଳ ସୃଷ୍ଟି ହେଉଥିବାର ଜଣାପଡୁଛି | ତେବେ ଆଜି ନିର୍ବାଚନ ଲାଗି ଟିକେଟ୍‌ ପାଇବା ନେଇ ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମୁହଁ ଖୋଲିଛନ୍ତି । ସିଦ୍ଧାନ୍ତ କହିଛନ୍ତି ଯେ, ‘ନବୀନ ନିବାସରୁ ଏପର୍ଯ୍ୟନ୍ତ ମୋତେ ଡାକରା ଆସିନାହିଁ । ସୁପ୍ରିମୋ ମୋ ସହ କିଛି ଆଲୋଚନା କରି ନାହାନ୍ତି । ମୁଁ ଟିକେଟ୍‌ ପାଇଁ ଆଦୌ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ ଦଳ ପାଇଁ ପ୍ରଚାର କରିବି । ସିଦ୍ଧାନ୍ତ ପୂର୍ବରୁ ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇଥର ବିଜୟୀ ହୋଇ କଂଗ୍ରେସର ହେଭିୱେଟ୍‌ ଚନ୍ଦ୍ରଶେଖର ସାହୁଙ୍କୁ ପରାଜୟର ଦ୍ୱାର ଦେଖାଇଛନ୍ତି । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବାପରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ରାଜନୀତି ଗୋଳମାଳିଆ ହୋଇପଡ଼ିଛି । ଏପରିକି ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଆସିକା ଆସନ ଓ ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଆସନ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସିଦ୍ଧାନ୍ତଙ୍କ ବୟାନ ରାଜ୍ୟ ରାଜନୀତିକୁ ଦ୍ୱନ୍ଦରେ ପକାଉଛି ।

https://www.onakhabar.com/naveen-pattanaik/

Leave A Reply

Your email address will not be published.