OnaKhabar

ବିଜେଡିରୁ ଇସ୍ତଫା ଦେଲେ ଦାମ ରାଉତଙ୍କ ଝିଅ ପ୍ରୀତିନନ୍ଦା

0 19

ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତିର ତାତି ଖୁବ ଜୋରରେ ବୃଦ୍ଧି ପାଉଛି । ରାଜନୀତିରେ ଅନେକ ନେତା, ବିଧାୟକ ଓ ସାଂସଦ ଦଳ ବଦଳ କରୁଥିବାର ଦେଖିବାକୁ ମିଳୁଛନ୍ତି । ତେବେ ଦୁଇ ଦିନ ତଳେ ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେଇତିବା ବେଳେ ଆଜି ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ବିଜେଡିରୁ ଇସ୍ତଫା ଦେଇଥିବାର ଜଣା ପଡିଛି । ପ୍ରୀତିନନ୍ଦା ବିଏମସିର ପୂର୍ବତନ କର୍ପୋରେଟର ଥିଲେ । ତେବେ ଆଜି ସେ ବିଜେଡିରୁ ନିଜ ଇସ୍ତଫା ପତ୍ର ଦଳ ସଭାପତିଙ୍କୁ ପଠାଇଥିବାର ସୂଚନା ମିଳିଛି । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ନେଇ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । ତେବେ କାରଣ ଯାହା ହେଉ ନା କାହିଁକି ବିଜେଡିରୁ କିନ୍ତୁ ଗୋଟେ ପରେ ଗୋଟେ ନେତା ଓହରୁଥିବାର ଦେଖିବାକୁ ମିଳୁଛି ।

https://www.onakhabar.com/dama-and-bishnu-fight-again/

Leave A Reply

Your email address will not be published.