OnaKhabar

ରାୟଗଡ଼ାରେ ସେକ୍ସ ରାକେଟ ଠାବ

87

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ସ୍ଥାନୀୟ ଏକ ଭଡ଼ାଘରୁ ପୁଲିସ ଏକ ସେକ୍ଟ ରାକେଟ ଠାବ କରିଛି । ରାୟଗଡ଼ା ଜିଲ୍ଲା ଟାଉନ ପୁଲିସ ସହରର ସାଇପ୍ରିୟାନଗରର ଏକ ଭଡ଼ା ଘରୁ ଏହି ର‌୍ୟାକେଟ ଠାବ କରିଛି । ଏଥିରେ ୬ ଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି । ଏଥିରେ ରାଣୀ ମହୁମାଛି ସମେତ ପିଙ୍ଗପିନ ସିଏଚ ଚନ୍ଦନ କୁମାର ଚୌଧୁରୀ, ଅମିତ କୁମାର ଲାୟା, ବିରେନ କୁମାର ଲାୟା, ଦୁଖୀଶ୍ୟାମ କର, ଜଗନ୍ନାଥ ନାୟକ, ଡ୍ରାଇଭର ଶିବରାମ ଡାକୁଆ ପ୍ରମୁଖଙ୍କୁ ଗିରଫ କରାଯାଇଛି । ଏମାନଙ୍କଠାରୁ ୬ଟି ମୋବାଇଲ, ୩୫ହଜାର ୫୮୦ ଟଙ୍କା ଓ ବହୁ ଆପତ୍ତିଜନକ ଜିନିଷ ଜବତ କରାଯାଇଛି । ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

https://www.onakhabar.com/crime-odisha-kandhamal-man-arrested-for-illegal-gun-smuggling/