OnaKhabar

ବାଇକ ସହ ଲୁନାର ମୁହାଁମୁହିଁ ଧକ୍କା,୨ମୃତ ୪ ଆହତ

0 17

ରାୟଗଡା/ଟିକିରି(ଓଏନଏ) :କାଶୀପୁର ବ୍ଲକ ଚମ୍ପାପୋଡି କଫିବୋର୍ଡ ନିକଟରେ ଘଟଇଛି ଏକ ଅଭାବନୀୟ ଘଟଣା । ଏକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟଛି । ଏକ ବାଇକ ଓ ଲୁନା ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏପରି ହୋଇଛି । ମୃତକମାନେ ହେଲେ ଜଣେ ଲିମଡି ଗ୍ରାମର ଗୋବିନ୍ଦ ଲହରା(୨୫) ଓ ଅନ୍ୟଜଣେ ସାନ ମାଟିକଣା ଗ୍ରାମର ପରୀକ୍ଷିତ ନାୟକ(୫୫) । ଏହି ଦୁର୍ଘଯଣାରେ ଅନ୍ୟ ୪ଜଣ ସୁନୀଲ ମାଝୀ, ଲେମ୍ବୁ ମାଝୀ,ବିପିନ୍ ମାଝୀ ଓ ଅନନ୍ତ ନାୟକ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ ଗୋବିନ୍ଦ ନିଜ ସହଯୋଗୀଙ୍କ ସହିତ କାଶୀପୁର ଅଭିମୁଖେ ଯାଉଥିଲେ । ସେହି ସମୟରେ ଏକ ଲୁନା ରେ ପରୀକ୍ଷିତ ନାୟକ ଓ ଅନନ୍ତ ନାୟକ କାଶୀପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ କଫି ବୋର୍ଡ ନିକଟରେ ବାଇକ ଟି ଭାରସାମ୍ୟ ହରାିବାରୁ ଲୁନା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଗୋବିନ୍ଦ ଲହରାଙ୍କ ମୁତ୍ୟୁ ହୋଇଥିବାବେଳେ । ସେଥିରେ ଗୁରୁତର ଆହତ ହୋଇଥିବା ପରିକ୍ଷିତଙ୍କୁ କାଶୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠି ଚିକିତ୍ସାଧିନ ଅବସ୍ଥାରେ ପରିକ୍ଷିତଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏଥିରେ ଅନ୍ୟ ଗୁରୁତର ମାନଙ୍କୁ କାଶୀପୁର ମେଡିକାଲରେ ପ୍ରାଥମିକ ଚିକିଓôା ପରେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ କାଶୀପୁର ଥାନା ୃଧିକାରୀ ଦୁର୍ଗା ମାଧବ ପ୍ରଦାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ । କାଶୀପୁର ମେଡିକାଲରେ ଶବ ବ୍ୟବବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଏହି ଘଟଣାରେ ଜ୍ୱାଇଁଙ୍କ ଆଖି ଆଗରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ..
ଜ୍ୱାଇଁ ଅନନ୍ତ ନାୟକ ଓ ଶ୍ୱଶୁର ପରୀକ୍ଷିତ ନାୟକ ମଧ୍ୟାନ୍ନ ଭୋଜନ ପରେ ଘରୁ ବାହାରିଥିଲେ କାମରେ । ୁଭୟେ ଉନାରେ କାଶୀପୁର ଯାଉଥିଲେ । ନିଜ କାମ ସାରିବା ପରେ ଉଭୟେ ପୁଣି ଘରକୁ ଫେରିଆସିଥାନ୍ତେ । କିନ୍ତୁ ଚମ୍ପାଯୋଡି କଫିବବୋର୍ଡ ନିକଟରେ ବାଇକ ଭାରସାମ୍ୟ ହରାଇ ଧକ୍କା ଦେବାରୁ ପରୀକ୍ଷିତଙ୍କ ସମେତ ଅନନ୍ତ ମଧ୍ୟ ଗୁରୁତର ଆହତ ହୋଇଯାଇଥିଲେ ।

https://www.onakhabar.com/two-die-in-road-accident/

Leave A Reply

Your email address will not be published.