OnaKhabar

ବିଜେଡି ବିଧାୟକ ସୁକାନ୍ତ ନାୟକ ଦେଲେ ଇସ୍ତଫା

39

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଟିକେଟ ଘୋଷଣା ସମୟ ଯେତେ ନିକଟତର ହେବାରେ ଲାଗିଛି ବିଜେଡିର ଜଣଙ୍କ ପରେ ଜଣେ ସାଂସଦ ଓ ବିଧାୟକ ଦଳ ଛାଡିବାରେ ଲାଗିଛନ୍ତି । ଟିକେଟ ନ ପାଇବା ସମ୍ଭାବନା ଥିବା ଯେଉଁମାନେ ନିଶ୍ଚିତ ହୋଇସାରିଲେଣି ସେମାନେ ଆଉ ଦଳରେ ରହିବାକୁ ଚାହୁଁନଥିବା ଦେଖାଯାଇଛି । ପ୍ରଥମେ ଇତି ମଧ୍ୟରେ ଦୁଇ ଜଣ ସାଂସଦ ଓ ଜଣେ ବିଧାୟକ ଦଳ ଛାଡିସାରିଲେଣି । ପ୍ରଥମେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ତାଙ୍କ ଦଳ ଛାଡିବା ନେଇ ଘୋଷଣା କଲେ ଏବଂ ଦଳ ସୁପ୍ରିମେଙ୍କୁ ଭେଟି ଜଣାଇଲେ । କିନ୍ତୁ ଲିଖିତ ଭାବେ ସେ କିଛି ଦେଇନାହାନ୍ତି । କିନ୍ୁ ନବରଙ୍ଗପୁର ସାଂସଦ ଇଣ୍ଡିନିୟର ବଳଭଦ୍ର ମାଝୀ ଗତ କାଲି ତିଖିତ ଭାବେ ତାଙ୍କ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ । ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକ୍ତାନ୍ତ ନାୟକ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ଦଳରେ ତାଙ୍କୁ ଅଣଦେଖା କରାୟାଉଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।
ଇସ୍ତଫାର କରାଣ ନେଇ ଶ୍ରୀ ନାୟକ କହିଛନ୍ତି ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି । ତାଙ୍କ ବିରୋଧରେ ଏକ ବିରାଟ ଷଡଯନ୍ତ୍ର ଚାଲିଛି । ନିକଟରେ ଏକ ମିଶ୍ରଣ ପର୍ବରେ ତାଙ୍କୁ ସାମିଲ କରାନ ଯାଇ ତାଙ୍କୁ ସମ୍ପୁୂଣ୍ଣ ଅଣଦେଖା କରାଗଲା । ଜିଲ୍ଲା ସଭାପତିଙ୍କ ମାନସିକ ନିର୍ଯ୍ୟାତନା ଅସାହୟ ବୋଲି ସେ ଅଭିଯୋଗ କରିଛନ୍ତି । ଆଗକୁ ଆହୁରି ବିଧାୟକ ଓ ସାଂସଦ ଇସ୍ତଫା ଦେବା ନେଇ ସୂଚନା ମିଳିଛି ।

https://www.onakhabar.com/nabarangapur-bjd-mp-balabhadra-majhi-resigned/