OnaKhabar

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ ଓଭରବ୍ରିଜ:୬ମୃତ ୨୪ରୁ ଅଧିକ ଆହତ

58

ମୁମ୍ବାଇ(ଓଏନଏ) : ମୁମ୍ବାଇରେ ଫୁଟ ଓଭରବ୍ରିଜ ଭୁଷୁଡି ୩ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୨୪ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।
ଏହି ଘଟଣା ଶିବାଜି ଛତ୍ରପତି ଟରମିନାଲ ବାହାରେ ଥିବା ଓଭରବ୍ରିଜର । ଏହା ରେଳବିଭାଗର ଫୁଟଓଭରବ୍ରିଜ ନୁହେଁ ବୋଲି ଜଣାଯାଇଛି । ଏହା ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରେଳଷ୍ଟନ ବାହାରେ ଏହି ଫ୍ଲାଏ ଓଭର ଥିବା ଜଣାପଡିଛି ।
ଦୁର୍ରଭାଗ୍ୟବଶତ ଦକ୍ଷିଣ ମୁମ୍ବାଇରେ ଘଟିଥିବା ଏହି ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିପାରିଛି । ସେମାନେ ହୋଲେ ଅପୂର୍ବପ୍ରଭୁ, ରଞ୍ଜନ ତାମ୍ବେ ଓ ଜାହିଦ ଶିରାଜ ଖାନ । ଏବେବି ଉଦ୍ଧାର କାର୍ଯ୍ୟ ଜରି ରହିଛି ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । କାରଣ ବହୁସଂଖ୍ୟାରେ ଲୋକ ବ୍ରିଜ ତଳେ ଚାପି ହୋଇ ରହିଛନ୍ତି ।

https://www.onakhabar.com/fire-on-delhi-cgn-complex/