OnaKhabar

ପୁଣି ରାଜ୍ୟରେ ଦେଖାଦେଲା ଶିଶୁବଳି, ଟ୍ରେନ କଡରେ ମିଳିଲା ନବଜାତ ଶିଶୁର ମୃତଦେହ

0 14

ଟିଟିଲାଗଡ଼: ଦେଶ ଏତେ ଆଗେଇଲେ ମଧ୍ୟ ଆଜି ବି ଲୋକଙ୍କ ଚିନ୍ତାଧାରାରେ କୌଣସି ପରବର୍ତ୍ତନ ହେଉଥିବାର ଦେଖିବାକୁ ମିଳୁନି | ଆଜି ବି ଲୋକଙ୍କ ମନରେ ଅନ୍ଧିବିଶ୍ୱାସର ଏକ କଳା ଛାୟାଥିବାର ଦେଖିବାକୁ ମିଳୁଛି | ଆଜି ବି ଅନ୍ଧିବାଶ୍ବାସରେ ବଳି ପଡୁଥିବାର ଦେଖିବାକୁ ମିଳୁଛି | ତେବେ ଏପରି ନିନ୍ଦନୀୟ କାଣ୍ଡ ପାଇଁ ଲୋକଙ୍କୁ ସର୍ତକ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିଲେ ମଧ୍ୟ ଲୋକ ପରିବର୍ତ୍ତନ ହେଉନାହାନ୍ତି | ତେବ ଆଜି ପୁଣି ସେହିପରି ଏକ ନିନ୍ଦନୀୟ କାଣ୍ଡ ଘଟିଛି ଟିଟିଲାଗଡ଼ ସହରରେ | ବହିଦାରପଡ଼ା ସ୍ଥିତ ରେଳଧାରଣା କଡ଼ରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହରେ ଏକ କମ୍ବଳରେ ଘୋଡ଼ା ଯାଇଥିଲା । ତା’ ନିକଟରେ ଏକ କଣ୍ଡେଇ, ନଡ଼ିଆ ଓ କିଛି ପୂଜା ସାମଗ୍ରୀ ମଧ୍ୟ ପଡ଼ିଥିଲା । ମୃତଦେହଟି ପ୍ରାୟ ଚାରି ପାଞ୍ଚ ଦିନର ବୋଲି ଅନୁମାନ କରାଯାଉଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଶିଶୁବଳି ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ପକ୍ଷରୁ କୌଣସି କଡା ପଦକ୍ଷେପ ନିଆଯାଇନାହିଁ |

https://www.onakhabar.com/accident/

Leave A Reply

Your email address will not be published.