OnaKhabar

କେନ୍ଦ୍ର ସରକାରଙ୍କ ସାଂଘାତିକ ଷଡଯନ୍ତ୍ର – କଂଗ୍ରେସ

0 18

ରେଳବାଇ ବିଦ୍ୟୁତକରଣ ୟୁନିଟ୍ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର

ଭୁବନେଶ୍ୱର : ଓଡିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପୁଣିଥରେ ପ୍ରତିଫଳିତ ହୋଇଛି । ଦୀର୍ଘ ୨୨ ବର୍ଷ ଧରି ଓଡିଶାରେ ରେଳ ବିଦ୍ୟୁତ୍କରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଆସୁଥିବା ରେଳ କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁକୁ ଉଠାଇ ନେବା ପାଇଁ ରେଳ ବୋର୍ଡ ନିଷ୍ପତି ନେଇଛି । ବିନା କୌଣସି କାରଣରେ ଏହି କାର୍ଯ୍ୟାଳୟକୁ ଆସନ୍ତା ୩୧ ତାରିଖ ସୁଦ୍ଧା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଛି । ଏହି ନିଷ୍ପତି ଦ୍ୱାରା ଓଡିଶାରେ ୬ଟି ବୃହତ ରେଳ ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ । ଏଥିସହ ପ୍ରକଳ୍ପରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ବେରୋଜଗାର ହେବା ସହ ଶତାଧିକ ଅଭିଜ୍ଞ ବିଦ୍ୟୁତ୍ ଯନ୍ତ୍ରୀ ବିକ୍ଷିପ୍ତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି । ୱାଲଟିୟର ଡିଭିଜନ୍କୁ ଓଡିଶାରୁ ଅଲଗା କରିବା ପରେ ଓଡିଶାର ରେଳବାଇ ସ୍ୱାର୍ଥ ବିରୋଧରେ ଆଉ ଏକ ଚକ୍ରାନ୍ତ ବୋଲି କୁହାଯାଉଛି । ଭୁବନେଶ୍ୱରରେ ଥିବା ରେଳ ବିଦ୍ୟୁତ୍କରଣ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦ୍ୱାରା ରାଜ୍ୟର ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାଏ । ଗତ ୨୨ ବର୍ଷ ଧରି ରେଳବାଇର ଏହି ବିଭାଗ ପୂର୍ବତଟ ରେଳପଥ ସମେତ ଓଡିଶା ମଧ୍ୟରେ ଥିବା ଅନ୍ୟ ରେଳ ଜୋନ୍ର ପ୍ରକଳ୍ପଗୁଡିକୁ ସଫଳତାର ସହ ପରିଚାଳନା କରି ଆସୁଛି । ଭୁବନେଶ୍ୱରରେ ଏହି କାର୍ଯ୍ୟାଳୟ ଥିବାରୁ ସ୍ୱାଭାବିକ ଭାବେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହଜ ହୋଇଥାଏ । ତେବେ କୌଣସି କାରଣ ନଥାଇ ଭୁବନେଶ୍ୱର କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ରେଳବୋର୍ଡ ପକ୍ଷରୁ ନିଷ୍ପତି ହୋଇଛି । ଚଳିତ ମାସ ୧୩ ତାରିଖରେ ରେଳବୋର୍ଡ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ରେଳ ବିଦ୍ୟୁତ୍କରଣ) ଭୂପିନ୍ଦର ସିଂହ ବୋଧ ଆହ୍ଲାବାଦସ୍ଥିତ ବିଭାଗର ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଭୁବନେଶ୍ୱର କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ହେଲେ ଭୁବନେଶ୍ୱର କାର୍ଯ୍ୟାଳୟ ହାତକୁ ନେଇଥିବା ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖା ଦେଇଛି ବୋଲି ଶ୍ରୀ ନାୟକ କହିଛନ୍ତି |

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ପିସିସି ମୁଖପାତ୍ର ଡ. ବିଭୁ ପ୍ରସାଦ ତରାଇ ଉପସ୍ଥିତ ଥିଲେ ।

https://www.onakhabar.com/rahul-in-baragh/

Leave A Reply

Your email address will not be published.