OnaKhabar

ବୈଜୟନ୍ତ ଏବେ ଖୁବ ଉତ୍ସାହୀ, କହିଲେ ପ୍ରଥମ ଓଭରରେ ହେଲା ଛକା, ଖେଳ ଆହୁରି ବାକି ଅଛି…

0 18

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବା ବେଳେ ରାଜନୀତିରେ ଏବେ ତାତି ଜୋରରେ ଥିବା ଦେଖିବାକୁ ମିଳୁଛି । ନେତାମାନେ ଦଳ ବଦଳ କରୁଥିବା ବେଳେ ନିଜ ସ୍ୱାର୍ଥ ଦେଖି ଦଳ ଚୟନ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛନ୍ତି । ଏପରି ପରିସ୍ଥିତିରେ ଅନେକ ବିଧାୟକ ଓ ସାଂସଦ ନିଜ ନିଜ ଦଳ ଛାଡି ଅନ୍ୟ ଦଳରେ ମଧ୍ୟ ମିଶୁଛନ୍ତି । ତେବେ ରାଜନୀତିରେ ସବୁବେଳେ ଚର୍ଚ୍ଚା ରହୁଥିବା ମନ୍ତ୍ରୀ ଡା.ଦାମୋଦର ରାଉତ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରଠାରୁ ରାଜନୀତିରେ ଏକ ନୂଆ ମୋଡ ସୃଷ୍ଟି ହୋଇଛି । ଡା. ରାଉତ ବିଜେପିରେ ଯୋଗ ଦେବାପରେ ବିଜେପିରେ ଖୁସିର ଲହରୀ ଛୁଟୁଥିବା ଦେଖିବାକୁ ମିଳୁଛି ।
ତେବେ ଏହା ପୂର୍ବରୁ ବିଜେପିରେ ନୂଆ କରି ପାଦ ଦେଇଥିବା ବୈଜୟନ୍ତ ପଣ୍ଡା, ଡା.ରାଉତଙ୍କ ଯୋଗ ଦେବାକୁ ନେଇ ଖୁବ ଉତ୍ସାହୀ ଥିବା ଦେଖିବାକୁ ମିଳୁଛନ୍ତି । ବିଜେପି ଖୁବ ସୁଦୃଢ ହେଉଛି ବୋଲି ସେ କହି ବୁଲୁଛନ୍ତି ।
ସେ ଆଜିି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ପ୍ରଥମ ଓଭରରେ ତ ଛକା ପିଟା ହୋଇସାରିଲାଣି, ଆହୁରି ବହୁତ ଓଭର ଖେଳ ବାକି ଅଛି, ଆପଣ ଦେଖନ୍ତୁ କେତେ ସ୍କୋର ହେଉଛି । ଅନେକ ବରିଷ୍ଠ ନେତା ଆସିବେ, ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ଏବଂ ଓଡିଶାରେ ପରିବର୍ତ୍ତନ କରାଇବେ । ଭାରତୀୟ ଜନତା ପାର୍ଟି ସୁଦୃଢ ହେବ, ଓଡିଶା ପାଇଁ ଭଲ ହେବ ବୋଲି ଶ୍ରୀ ପଣ୍ଡା ଟ୍ୱିଟରେ ଲେଖିଛନ୍ତି ।

https://www.onakhabar.com/dama-fire-on-naveen/

Leave A Reply

Your email address will not be published.