OnaKhabar

ଏକାଠି ନଜର ଆସିବେ ସିଙ୍ଗମ ଓ ଆଲିଆ

50

ମୁମ୍ବାଇ: ଏଥର କମାଲ ମଚାଇବେ ବଲିଉଡର ସିଙ୍ଗମ ଅଜୟ ଦେବଗନ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟ | ଦୁହେଁ ଖୁବ ଶୀଘ୍ର ଏକ ଫିଲ୍ମରେ ଏକାଠି କାମ କରିବେ ବୋଲି ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲି କହିଛନ୍ତି | ଏ ସଂପର୍କରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି । ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ ଏହି ସିନେମାରେ ଅଜୟ ଦେବଗନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ରାଜମୌଲି ଆହୁରି ମଧ୍ୟ କହିଛନ୍ତି ଯେ ‘ଆରଆରଆର୍‌’ର କଥାବସ୍ତୁ ସ୍ୱାଧୀନତା ପୂର୍ବବର୍ତ୍ତୀ-୧୯୨୦ ସମୟର ଘଟଣା ଉପରେ ଆଧାରିତ । ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରମ୍ମା ରାଜୁ ଓ କୋମରାମ୍‌ ଭୀମ୍‌ଙ୍କ ଉପରେ ଏହା ପର୍ଯ୍ୟବସିତ। ଏହି ସିନେମାରେ ଜୁନିଅର ଏନ୍‌ଟି ଆର୍‌ କୋରାମ୍‌ ଭୀମ୍‌ ଓ ରାମ ଚରଣ ଆଲୁରି ସୀତାରମ୍ମା ରାଜୁ ଭୂମିକାରେ ଅଭିନୟ କରିବେ ବୋଲି କହିଛନ୍ତି । ଏହି ସିନେମା ୨୦୨୦ ଜୁଲାଇ ୩୦ ତାରିଖରେ ଦଶଟି ଭାରତୀୟ ଭାଷାରେ ରିଲିଜ୍‌ ହେବ ବୋଲି ମଧ୍ୟ ଜଣାଯାଇଛି । ତେବେ ଏହି ଫିଲ୍ମ କେତେ ମାଇଲେଜ ନେଇ ପରଦାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା |

https://www.onakhabar.com/today-allia-birthday/