OnaKhabar

ନିର୍ବାଚନ ପୂର୍ବରୁ ବଲିଉଡ ଷ୍ଟାରଙ୍କୁ ଟ୍ୱିଟ କରି ଏଭଳି ଅନୁରୋଧ କଲେ ମୋଦୀ: କହିଲେ ଆମ ସମୟ ଆସି ଯାଇଛି, ପଢନ୍ତୁ ଅଧିକ ଏହି ଖବରରେ…

0 20

ମୁମ୍ବାଇ(ଓଏନଏ) : ନିର୍ବାଚନର ତାରିଖ ଘୋଷଣା ହେବା ପରେ ଏବେ ସବୁ ଦଳ ଲଢ଼ିବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଲୋକମାନଙ୍କୁ ନିଜ ଭୋଟ ଦେବା ଅଧିକାର ବିଷୟରେ ଜଣାିବା ଆରମ୍ଭ କରିଛନ୍ତି । ଗୋଟେ ଭୋଟର ଗୁରୁତ୍ୱ କେତେ ସେ ବିଷୟରେ ବୁଝାଇବା ସହ ଲୋକମାନଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିବା ୍ରୋରମ୍ଭ କରିଛନ୍ତି ମୋଦୀ । ଏହି କାମ ପାଇଁ ଏବେ ମୋଦୀ ବିଭିନ୍ନ ବଲିଉଡ କଳାକାରମାନଙ୍କୁ ଦେଖା ଯାଇଛି ।
ଅଭିନେତ୍ରୀ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ ଏବଂ ଅନୁଷ୍କା ଶର୍ମାଙ୍କୁ ଟ୍ୱିଟରେ ଟ୍ୟାଗ କରିଛନ୍ତି ମୋଦୀ । “ଆଗାମୀ ନିର୍ବାଚନରେ ଲୋକମାନଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି । ଜଣେ ଲୋକପ୍ରିୟ କଳାକାର ହିସାବରେ ଆପଣଙ୍କ କାମକୁ ଅନେକ ଲୋକ ପସନ୍ଦ କରିବା ସହ ଆପଣଙ୍କୁ ଅନୁସରଣ କରୁଛନ୍ତ । ମୋର ବିଶ୍ୱାସ ଲୋକମାନେ ଆପଣଙ୍କ କଥା ନିଶ୍ଚୟ ଗ୍ରହଣ କରିବେ” ମୋଦୀ ଲେଖିଥିବା ଦେଖାଯାଇଛି ।
ଏହା ପରେ ସେ ଆଉ ଏକ ଟ୍ୱିଟରେ ଅଭିନେତା ରଣବୀର ସିଂହ, ବରୁଣ ଧୱନ ଏବଂ ବିକି କୌଶଲଙ୍କୁ ଟ୍ୟାଗ କରି, ଯୁବପିଢି ତୁମ ମାନଙ୍କୁ ଅନୁସରଣ କରୁଛନ୍ତି । ଏବେ ସେମାନଙ୍କୁ କହିବାର ସମୟ ଆସିଛି କି, “ଆମ ସମୟ ଆସି ଯାଇଛି ଏବେ ନିଜ ଜୋଶକୁ ଉଚ୍ଚା କରି ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦିଅନ୍ତୁ” ବୋଲି ଲେଖିଛନ୍ତି ମୋଦୀ । ଲୋକମାନଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିବାର ମୋଦୀଙ୍କ ଏଭଳି ଉପାୟକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି ।

https://www.onakhabar.com/modi-with-bollywood-team-viral/

https://www.onakhabar.com/this-time-modi-take-1550-core-for-western-odisha/

Leave A Reply

Your email address will not be published.