OnaKhabar

ବରଯାତ୍ରୀ ବସରେ ନିଆଁ ଲାଗି ଜଣେ ଯୁବକ ଜୀବନ୍ତଦଗ୍ଧ

56

କେନ୍ଦୁଝର: ସାମନ୍ତରାପୁର ନିଟରେ ଏକ ବରଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏହା ଫଳରେ ବସରେ ଜଣେ ଯୁବକ ଜୀବନ୍ତ ପୋଡି ଯାଇଛନ୍ତି । ବସଟି କେଳେଇପଶିରୁ ବର ଯାତ୍ରୀଙ୍କୁ ନେଇ ଫେରୁଥିଲେ । ସେହି ସମୟରେ ଘଟଗାଁ ସାମନ୍ତରାପୁର ନିକଟରେ ବସଟି ଛିଡା କରି ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ପଡିଥିଲେ ।ହେଲେ କିଛି ସମୟ ମଧ୍ୟରେ ବସଟିରେ ନିଆଁ ଲାଗିଯାଇଥିଲା ଫଳରେ ସେଥିରେ ଜଣେ ଯୁବକ ଶେଇଥିବା ଅବସ୍ଥାରେ ପୋଡି ଯାଇଥିଲେ ।ଏଯାଏ ବସରେ ନିଆଁ ଲାଗିବାର କାରଣ ସ୍ପଷ୍ଠ ହୋଇନାହିଁ । ହେଲେ ଘଟଣା ସ୍ଥଳରେ ଘଟଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/fire-on-car-3-people-die/