OnaKhabar

ଭଗବାନଙ୍କ ପୂଜାରେ ପିଆଜ ଓ ରସୁଣ ବ୍ୟବହାର ବର୍ଜନୀୟ,ଜାଣନ୍ତୁ ଏହାର କାରଣ .

66

ଭୁବନେଶ୍ୱର(ଓଏନଏ) : ଦେଖିବାକୁ ଗଲେ ପିଆଜ ରସୁର ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ । କିନ୍ତୁ ଅନେକ ଧର୍ମରେ କିଛି ବ୍ୟକ୍ତି ଏହାକୁ ଖାଇ ନଥାଆନ୍ତି । ଏହାସହ ଭଗବାନଙ୍କ ପ୍ରସାଦରେ ପିଆଜ ଓ ରସୁଣର ବ୍ୟବହାର କରାଯାଇନଥାଏ । ଏହା ପଛରେ ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି । ତେବେ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ…
ପୌରାଣିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା । ସେତେବେଳେ ସେଥିରୁ ଅମୃତ ବହାରି ଥିଲା । ଅମୃତ ପାଇବା ପାଇଁ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ଝଗଡା ଲାଗିଲା । ଅମୃତ ରାକ୍ଷସମାନେ ନ ପାଆନ୍ତୁ ଏଥିପାଇଁ ଭଗବାନ ବିଷ୍ଣୁ ମୋହିନୀ ନାରୀ ରୂପେ ଅବତାର ନେଇଥିଲେ । ମୋହିନୀ ରୁପୀ ଭଗବାନ ବିଷ୍ଣୁ ଯେତେବେଳେ ଦେବତାମାନଙ୍କୁ ଅମୃତ ବାଣ୍ଟିବା ଆରମ୍ଭ କଲେ ସେତେବେଳେ ରାହୁ ଓ କେତୁ ରାକ୍ଷସ ବୋଲି ଜଣାଇଲେ । ଏହାପରେ ଭଗବାନ ବିିଷ୍ଣୁ ଦୁଇ ଜଣଙ୍କୁ ମୁଣ୍ଡ କାଟି ଦେଲେ ।
ସେହି ସମୟରେ ରାହୁ ଓ କେତୁଙ୍କ ଶରୀର ମଧ୍ୟକୁ ଅମୃତ ଯାଇ ଓ କେତୁଙ୍କ ଶରୀର ମଧ୍ୟକୁ ଅମୃତ ଯାଇ ନ ଥିଲା ସେଥିପାଇଁ ରାହୁ ଓ କେତୁଙ୍କ ଶରୀର ନଷ୍ଟ ହୋଇଗଲା । କିନ୍ତୁ ଅମୃତ ଉଭୟଙ୍କ ମୁହଁ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଥିପାଇଁ ତାଙ୍କ ମୁଣ୍ଡ ଅମର ହୋଇଥିଲା । ଭଗବାନ ବିଷ୍ଣୁ ଦୁଇ ଜଣଙ୍କ ମୁଣ୍ଡ କାଟିବା ବେଳେ ସେଥିରୁ ଅମୃତ ସହ ମିଶି ଦୁଇ ବୁନ୍ଦା ରକ୍ତ ଭୂମି ଉପରେ ପଡିଥିଲେ । ସେଥିରୁ ପିଆଜ ଓ ରସୁଣର ଉତ୍ପତ୍ତି ହୋଇଥିଲା । ଅମୃତରୁ ଏହା ଉତ୍ପନ୍ନ ହୋଇଥିବା କାରଣରୁ ଏଥିରେ ରୋଗନାଶକ ସ ଜୀବନଦାତା ବୋଲି କୁହାଗଲା । କିନ୍ତୁ ରାକ୍ଷସମାନେ ନିକଟରୁ ଏହା ଉତ୍ପନ୍ନ ହୋଇଥିବା କାଣରୁ ଦେବତାଙ୍କ ନିକଟରେ ତାହା ଅର୍ପଣ କରାଯାଏ ନାହିଁ ।

https://www.onakhabar.com/proper-way-of-alti-for-worship/