OnaKhabar

ନିର୍ବାଚନରେ ଜିତିବା ଲାଗି ଶାଢୀ ବାଣ୍ଟିଲେ ବିଧାୟକ

0 12

ନବରଙ୍ଗପୁର: ଆଗକୁ ନିର୍ବାଚନ ଥିବା ବେଳେ ନିର୍ବାଚନକୁ ନେଇ ଅନେକ ନିୟମ କାନୁନ ବାହାର କରାଯାଇଛି | ତେବେ ସବୁଠାରୁ ମୁଖ୍ୟ ହେଉଛି ଆଚରଣ ବିଧି ଉଲ୍ଲଂଘନ | ତେବେ ଏହାକୁ ଉଲ୍ଲଂଘନ କଲେ କଡାରୁ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି | ନବରଙ୍ଗପୁର ଜିଲ୍ଲାରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ଶାଢି ବାଣ୍ଟୁଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ଦଳ ଅଭିଯୋଗ କରିଛି, ଗ୍ୟାସ୍‌ ସିଲିଣ୍ଡର ବିତରଣ ଗାଡ଼ିରେ ଶାଢ଼ି ବୋଝେଇ ହୋଇ ଯାଉଛି । ଖାଲି ସେତିକି ନୁହେଁ, ଗାଡ଼ିର ନମ୍ବର ବି ବଦଳାଇ ଦିଆଯାଉଛି । ଏହାର ପ୍ରମାଣ ସ୍ୱରୂପ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କିଛି ଫଟୋ ମଧ୍ୟ ଦେଖାଇଛି ।ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି,“ଜିଲ୍ଲାରେ ବିଜେଡି ଆଚରଣ ବିଧି ଉଲ୍ଲଂଘନ କରିଛି । ବିଧାୟକ ମନୋହର ରନ୍ଧାରୀ ତାଙ୍କ ଗ୍ୟାସ୍ ଏଜେନ୍ସି ଗାଡ଼ିରେ ବସ୍ତାବସ୍ତା ଲୁଗାପଟା ଡାବୁଗାଁରେ ରଖିଛନ୍ତି । ଏହାର ସମସ୍ତ ତଥ୍ୟ ମୋବାଇଲ୍‌ରେ ଅଛି ।” କଂଗ୍ରେସର ଅଭିଯୋଗ ପ୍ରସଙ୍ଗରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ସରକାରୀ ବିଜ୍ଞାପନ ଲାଗିଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି ।

https://www.onakhabar.com/bjp-leader-quits-party/

Leave A Reply

Your email address will not be published.