OnaKhabar

ପାକିସ୍ତାନୀ ଡ୍ରାମା ଦେଖିବାରୁ ପତ୍ନୀଙ୍କ ମାରଣାତ୍ମକ ଆକ୍ରମଣ

47

ପୁଣେ(ଓଏନଏ) : ଟେଲିଭିଜନରେ ପାକିସ୍ତାନୀ ଡ୍ରାମା ଦେଖିବାରୁ ଜଣେ ବ୍ୟକ୍ତ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ସହରରେ । ଏ ସମ୍ପର୍କରେ ଆହତ ମହିଳା ଥାନରେ ଅଭିଯୋଗ କରିଛି ।
ସୂଚନାନୁଯାୟୀ, ପୁଣେର ସାଲିସବୁରି ପାର୍କ ଅଞ୍ଚଳରେ ପତ୍ନୀଙ୍କ ସହ ରୁହନ୍ତି ଆସିଫ ସଟ୍ଟାର ନାୟବ । ମଙ୍ଗଳବାର ତାଙ୍କ ପତ୍ନୀ ଟିଭିରେ ପାକିସ୍ତାନୀ ଡ୍ରମା ଦେଖୁଥବଳେ । ଅସିଫ ତାଙ୍କୁ ବାରଣ କରିଥିଲେ । କିନ୍ତୁ ତାଙ୍କ ପତ୍ନୀ ଶୁଣି ନଥିଲେ । ଏହାକୁ ନେଇ ସେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଆସିଫ ଏକ ଚାପଡ଼ରେ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଚିକିତ୍ସା ପରେ ମହିଳା ଜଣଙ୍କ ଥାନାକୁ ଆସି ତାଙ୍କ ସ୍ୱାମୀଙ୍କ ନାଁରେ ଏତଲା ଦେଇଥିଲେ । ହତ୍ୟା ଉଦ୍ୟମ ଦଫାରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଆସିଫଙ୍କୁ ଗିରଫ କରିଛି ।

https://www.onakhabar.com/husband-killed-his-wife/