OnaKhabar

ଖାଇବା ପରେ ମିଠା ଖାଇବାରୁ ନିବୃତ୍ତ ରୁହନ୍ତୁ ନଚେତ!

0 33

ଭୁବନେଶ୍ୱର(ଓଏନଏ) : ସାଧାରଣତଃ ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ଭଲ ଲାଗିଥାଏ । ଯେକୌଣସି ଭୋଜିରେ ଖାଦ୍ୟ ଖାଇ ସାରିବା ପରେ ମିଠା ଖାଇବାକୁ ଦିଆଯାଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅଧିକ ମିଠା ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋିଥାଏ । ଏହାସହ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ ।
ଆପଣ ଖାଉଥିବା ଖାଦ୍ରରେ ଭାତ ଓ ଡାଲି ମୁଖ୍ୟତଃ ରହିଥାଏ ।ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶର୍କରା ଓ ଶକ୍ତି ପହଞ୍ଚାଇଥାଏ । ମିଠା ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା ହଠାତ ବଢିଯିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ ।ଏହାଦ୍ୱାରା ଡାଇବେଟିସ, ମୋଟାପର ଓ କିଡନୀ ରୋଗ ହେବାର ସମ୍ଭାବନା ବଢିଯାଇଥାଏ ।
ଆମେରିକାର ଜଣେ ଗବେଷକଙ୍କ କହିବା ଅନୁଯାୟୀ, ଆମ ଶରୀରରେ ଲେପ୍ଟିନ ନାମକ ଏକ ହର୍ମୋଟ ରହିଛି । ଏହାର ସମ୍ବନ୍ଧ ଆମ ଭୋକ ଲାଗିବା ସହ ରହିଛି । ମିଠା ଖାଇବା ଦ୍ୱାରା ଏହା ଭୁଲ ପ୍ରକ୍ରିୟାରେ କାର୍ଯ୍ୟ କରିଥାଏ । ଏହାଦ୍ୱରା ମୋଟାପଣ ବୃଦ୍ଧିର ସମ୍ଭାବନା ଅଧିକ ହୋଇଥାଏ ।
ରା ଦିନେ ମିଠା ଫଳ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ ହୋଇଥାଏ । କାରଣ ଏଥିରେ ପ୍ରାକୃତିକ ମିଠା ରହିଛି । ତେଣୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଗ୍ଲୁକୋଜ ସ୍ତରକୁ ହ୍ରାସ କରିବାରୁ ରକ୍ଷା କରିଥାଏ ।ତେଣୁ ଯେତେ ସମ୍ଭବ ଖାଦ୍ୟ ଖାଇବା ପରେ ମିଠା ଖାଇବା ଅଭ୍ୟାସରୁ ନିବୃତ୍ତ ରୁହନ୍ତୁ

https://www.onakhabar.com/this-3-chees-can-help-to-loos-weat/

Leave A Reply

Your email address will not be published.