OnaKhabar

ପୁଣି ଟ୍ରକ ବୋଝେଇ ଗଞ୍ଜେଇ ଗାଡି ଜବତ

47

ବୈପାରିଗୁଡା: ପୁଣି ଜବତ ହେଲା ଗଞ୍ଜେଇ | ତେବେ କିଛି ଦିନ ପୂର୍ବରୁ ଏକ ଟ୍ରକ ବୋଝେଇ ଗଞ୍ଜେଇ ଜବତ ହୋଇଥିଲେ ମଧ୍ୟ ପ୍ରସାସନକୁ ଖାତିର ନ କରି ଅପରାଧୀମାନେ ଖୁବ ପରିମାଣର ଗଞ୍ଜେଇ ଚାଲାଣ କରୁଥିବାର ଦେଖିବାକୁ ମିଳୁଛି | ତେବେ ଆଜି ପୁଣି କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ଥାନା ନିକଟ ମଶାଣି ପାଖରୁ ଏକ ୧୦ ଚକିଆ କୁଣ୍ତା ବୋଝେଇ ଟ୍ରକରୁ ଗଂଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ତିନି ଜଣ ଥାନାରେ ଅଟକ ରହିଥିବା ମଧ୍ୟ ଜଣାପଡିଛି । ତେବେ ଜବତ ଗଂଜେଇର ପରିମାଣ ଏବଂ ଅଟକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ ଗଂଜେଇ ମାଫିଆ ପୁଲିସକୁ ଚକମା ଦେବା ପାଇଁ ଟ୍ରକରେ ଧାନ କୁଣ୍ତା ବୋଝେଇ କରି ସେଥିରେ ଗଂଜେଇ ଭର୍ତି କରି ନେଉଥିଲେ । ତେବେ ପୁଲିସ ଏସଂପର୍କରେ ସୂଚନା ପାଇ ଉକ୍ତ ଗାଡିକୁ ମଶାଣି ନିକଟରେ ଅଟକାଇ ଯାଞ୍ଚ ପରେ ଗଂଜେଇ ଥିବା ଜଣାପଡିଥିଲା। ଏହି ତିନି ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଏନେଇ ବୈପାରିଗୁଡା ଥାନାରେ ପଚାରିବାରୁ ଆସନ୍ତାକାଲି ଏନେଇ ପ୍ରେସ ଇସ୍ତାହାର ଦିଆଯିବ ବୋଲି ପ୍ରକାଶ କରିଥିଲେ ।

https://www.onakhabar.com/1000-kg-explosive-seized-in-west-bengal/