OnaKhabar

ପୁଣି ଜଳିଲା ଘର, ନଷ୍ଟ ହେଲା ମାତ୍ରାଧିକ ସମ୍ପତ୍ତି

48

କେନ୍ଦ୍ରାପଡ଼ା: ପୁଣି ଲାଗିଲା ନିଆଁ | ଜଳିଲା ୪ ବଖରା | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଗାଁରେ । ଏହି ଅଗ୍ନିକାଣ୍ଡରେ ଦିଲୀପ ବେଉରା, ବିଦ୍ୟୁତଲତା ବେଉରା, ପ୍ରଦୀପ ବେଉରା ଓ ପ୍ରତାପ ବେଉରାଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁରେ ଘରର ଆସବାବପତ୍ର, ଧାନ ଚାଉଳ, ବିରି ମୁଗ ସହ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । କୋରୁଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

https://www.onakhabar.com/extramarital-affairs-that-led-to-murder/