OnaKhabar

ଅଦ୍ଭୁତ ମହିଳା, ୟୁଟୁବ ଦେଖି କରୁଥିଲେ ପ୍ରସବ ହେଲେ…

67

ନୂଆଦିଲ୍ଲୀ: ଅଦ୍ଭୁତ ମହିଳା | ପ୍ରସବକୁ ବହୁତ ଶସ୍ତାରେ ନେଇ ନିଜ ସହ ନିଜ ନବଜାତ ଶିଶୁର ନେଲେ ପ୍ରାଣ |ନୂଆଦିଲ୍ଲୀର ବହରାଇଚର ଜଣେ ୨୬ବର୍ଷୀୟ ଅବିବାହିତ ଗର୍ଭବତୀ ମହିଳା ୟୁଟୁବ୍‌ରୁ ପ୍ରସବର ଭିଡିଓ ଦେଖି ନିଜର ଶିଶୁକୁ ଜନ୍ମ ଦେବାକୁ ଉଦ୍ୟମ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ଏକ ସୂତ୍ରରୁ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ରବିବାର ବିଲନ୍ଦପୁର ଅଞ୍ଚଳରେ ରବି ଉପାଧ୍ୟାୟଙ୍କ ଘରେ ଘଟିଛି । ଚାରି ଦିନ ପୂର୍ବରୁ ଉପାଧ୍ୟାୟଙ୍କ ଘରକୁ ଏହି ଯୁବତୀ ଭଡ଼ାରେ ରହିବାକୁ ଆସିଥିଲେ । କିଛିଦିନ ପରେ ତାଙ୍କ ମା’ ଆସି ପାଖରେ ରହିବେ ବୋଲି ସେ ଘର ମାଲିକଙ୍କୁ କହିଥିଲେ । ଏହାପରେ ଘରମାଲିକ ଯୁବତୀଙ୍କ ଆଧାରକାର୍ଡ ଦେଖି ତାଙ୍କୁ ଘର ଭଡ଼ା ଦେଇଥିଲେ । ରବିବାର ରାତିରେ ଉପାଧ୍ୟାୟ ମହିଳାଙ୍କ କବାଟ ଅନେକ ସମୟ ବନ୍ଦ ରହିବା ଦେଖିବା ପରେ ସେ ଡାକ ପକାଇଥିଲେ । କେହି ନଶୁଣିବା ପରେ ସେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ । ସେଠାରେ ମହିଳା ଓ ନବଜାତ ଶିଶୁର ରକ୍ତଜୁଡୁବୁଡୁ ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ତାଙ୍କ ନବଜାତ ଶିଶୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

https://www.onakhabar.com/a-woman-and-her-two-daughters-charred-to-death-in-delhi/