OnaKhabar

କଞ୍ଚା କ୍ଷୀର ପିଇବାର କଣ ରହିଛି ଉପକାରିକା, ଜାଣନ୍ତୁ ଏହି ଖବରରେ..

ଓଏନଏ : ସାଧାରଣତଃ ଆମେ ଜାଣିଥାଉ କି କ୍ଷୀରରେ କ୍ୟାଲସିୟମ ରହିଛି କ୍ଷୀର ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଜାଣନ୍ତିକି ଫୁଟା ଯାଇଥିବା କ୍ଷୀର ବଦଳରେ କଞ୍ଚା କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିବା ସହ ରୋଗ ଠାରୁ ମୁକ୍ତି ମିଳିବା ସହ ରୋଗ ଠାରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବା ଶରୀର ପାଇଁ କେତେ ଲାଭକାରୀ…
ଏଲର୍ଜିରୁ ରକ୍ଷା:
ପିଲାମାନେ କଞ୍ଚା କ୍ଷୀର ପିଉଥିଲେ ତାଙ୍କ ନିକଟରେ ୫୦% କମ ଏଲର୍ଜି ହେବାର ସମ୍ଭାବନା ରହିଛି । ଏହାସହ ୪୧% ଆଜମା ହେବାର ସମ୍ଭାବନା କମ ହୋଇଥାଏ । କଞ୍ଚା କ୍ଷୀର ପିଉଥିବା ବ୍ୟକ୍ତିମାନଙ୍କ ନିକଟରେ ମଧ୍ୟ ଏଲର୍ଜି ହେବାର ସମ୍ଭାବନା କମ ରହିଥାଏ ।
ମୁହଁ ପାଇଁ ଲାଭକାରୀ:
ମୁହଁରେ କଞ୍ଚାକ୍ଷୀର ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହାସହ କଞ୍ଚା କ୍ଷୀର ପିଇବା ଦ୍ୱାରା କେଶ ବୃଦ୍ଧି, ମୁର୍ହରୁ ଦାଗ ଛାଡିବା ସହ ଚମକ ବଢିଥାଏ । ଏଥିରେ ଓମେଗା-୩ ଫ୍ୟାଟ ରହିଛି । ଏହାକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କ ମୁହଁ ସତେଜ ଦେଖାଯାଇଥାଏ ।
ପୋଷକ ତତ୍ତ୍ୱରେ ଭରପୂର:
କଞ୍ଚା କ୍ଷୀରରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ରହିଛି । ଏହା ଶରୀର ପାଇଁ ଅତ୍ୟନ୍ତ ଦରକାରୀ । ନିୟମିତ କଞ୍ଚା କ୍ଷୀର ପିଇବା ଦ୍ୱାରା ହାଡ ଶକ୍ତ, ରକ୍ତ ସଠିକ ଭାବେ ସଞ୍ଚାଳନ, ମାଂସପେଶୀୟ ଠିକ ରହିଥାଏ ।
କର୍କଟ ରୋଗରୁ ମୁକ୍ତି:
କଞ୍ଚା କ୍ଷୀରରେ ଏପରି ତତ୍ତ୍ୱ ରହିଛି ଯେଉଁଥିରେ ଲିନୋଲେଇକ ଏସିଡ ରହିଛି । ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ । ଏହା ସମସ୍ତ ପ୍ରକାରର କର୍କଟ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ।
ହଜମ ଶକ୍ତି:
କଞ୍ଚା କ୍ଷୀର ପିଇବା ଦ୍ୱାରା ଏହା ଶୀଘ୍ର ହଜମ ହୋଇଯାଏ । କ୍ଷୀରରେ ଥିବା ଲିପେସ, ଲେକ୍ଟେସ ଓ ଏମିଲେସ ନାମକ ଏନଞ୍ଚାଇମ ହଜମ କ୍ରିୟାକୁ ସୁଦୃଢ କରିବାରେ ସହାୟକ ହୋଇଥାଏ ।
କଞ୍ଚା କ୍ଷୀର ଆପଣଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଆନ୍ତି । ଯଦି ଆପଣଙ୍କର କଞ୍ଚା କ୍ଷୀର ପିଇବାକୁ କୌଣସି ଅସୁବିଧା ହେଉ ନଥାଏ ତେବେ ସେଥିରୁ ନିବୃତ୍ତ ରୁହନ୍ତୁ । ଏହାସହ କ୍ଷୀରର ମାତ୍ରାକୁ ନେଇ ଡାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ କରନ୍ତୁ । କଞ୍ଚା କ୍ଷୀର ପିଇବା ଦ୍ୱାରା ସଂକ୍ରମଣ ଜନିତ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ବିଶେଷ କରି ଶିଶୁ, ଗର୍ଭବତୀମାନଙ୍କୁ କଞ୍ଚା କ୍ଷୀର ଦେବା ବେଳେ ସଚେତନ ରହିବା ଆବଶ୍ୟକ । ନଚେତ ସେମାନେ ରୋଗାଗ୍ରସ୍ତ ହୋଇପାରନ୍ତି ।

https://www.onakhabar.com/potato-increse-your-beauty/