OnaKhabar

ବିଜେଡି ପୂରା ସଫା ହେବ, ବିଜେପି ସରକାର ଗଢିବ: ଅରୁଣ

35

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡି ପୂରା ସଫା ହୋଇଯିବ ବୋଲି ବିଜେପିର ଓଡିଶା ପ୍ରଭାର ଅରୁଣ ସିଂହ କହିଛନ୍ତି । ଆଜି ସେ ଏଠାରେ ପହଂଚିଲା ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି । ଆମେ ଓଡିଶାରେ ସରକାର କରିବାକୁ ଯାଉଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କାଉଂଟ ଡାଉନ ଆରମ୍ଭ ହୋଇଯାଇଛି । ବିଜେପିକୁ ଏବେ ବହୁତ ନେତା ଆସିବାକୁ ଚାହୁଁଛନ୍ତି,ଏହା ଦେଖି ବିଜେଡିରେ କମ୍ପନ ଆରମ୍ଭ ହେଲାଣି । ସେ କହିଛନ୍ତି ବୈଜୟନ୍ତ ପଣ୍ଡା ବିଜେପିକୁ ଆସିବା ପରେ ସାରା ଓଡିଶାରେ ଖୁସିର ଲହରି ଖେଳିଛି । ବିଜୟ ମହାପାତ୍ର ଓ ଦିଲୀପ ରାଏ ପୁଣି ବିଜେପିକୁ ଫେରିବେ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଅରୁଣ ସିଂହ କହିଛନ୍ତି କେହି ଆମ ଦଳରୁ ଯାଇ ନାହାନ୍ତି, ସବୁ ଆମ ସହ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ପ୍ରାର୍ଥୀ ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ଅରୁଣ କହିଛନ୍ତି ଏ ଦିଗରେ ପ୍ରଧାନମନ୍ତ୍ରୀ ଏବଂ ସଂସ୍ଦୀୟ ବୋର୍ଡ ନିଷ୍ପତ୍ତି ନେବେ । ମୋଦୀଙ୍କ ସ୍ନେହ ଓ ଆଶୀର୍ବାଦ ଓଡିଶା ସହ ଅଛି ବୋଲି ସେ କହିଛନ୍ତି । ଓଡ଼ିଶାରେ ମୋଦି ଓ ଶାହା ପୂରା ତାକତରେ ଲଢିବେ ଓ ସରକାର କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାରୁ ବିଜେପି କେବେ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପ୍ରଶ୍ନରେ ସେ କହିଛନ୍ତି ସପ୍ତାହକ ମଧ୍ୟରେ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ ହେବ ।

https://www.onakhabar.com/bijaya-and-dillip-may-back-to-bjp/