OnaKhabar

ଗରା ଓ ବାଲଟି ଧରି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଲେ…

0 13

କେନ୍ଦୁଝର: ଗ୍ରୀଷ୍ମ ଆରମ୍ଭରୁ ଦେଖାଦେଲାଣି ପାନୀୟ ଜଳର ଅଭାବ | ସେଥିଲାଗି ଆଜି ରାଜ୍ୟରେ କିଛି ଜିଲ୍ଲାରେ ଏନେଇ ପ୍ରତିବାଦ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ନରଣପୁର ହଳଦିଆ ଟାଙ୍ଗିରି ଗ୍ରାମବାସୀ ଆଜି ରାସ୍ତାରୋକ କରିଛନ୍ତି ।
ପାନୀୟ ଜଳ ସମସ୍ୟା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଟୋପାଏ ପାଣି ପାଇଁ ଅନତି ଦୂର ଯିବାକୁ ପଡ଼ୁଛି । ସେଠାରେ ମଧ୍ୟ ବିଷୁଦ୍ଧ ପାନୀୟ ମିଳୁନାହିଁ । ତେଣୁ ଆଜି ହଳଦିଆ ଟାଙ୍ଗିରି ନିକଟରେ ଉତ୍ତେଜନା ସୃଷ୍ଟି ହୋଇଛି । ଗରା ,ବାଲଟି ଧରି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ରାସ୍ତରୋକ କରିଛନ୍ତି । ତେବେ ଏଥିରେ ପ୍ରଶାସନ କେଉଁପ୍ରକାରର ପଦକ୍ଷେପ ନେଇଛନ୍ତି ତାହା ବାକି ରହିଲା ଦେଖିବାକୁ |
https://www.onakhabar.com/boy-attack-her-female-classmate/

Leave A Reply

Your email address will not be published.