OnaKhabar

ଦୁଇଦିନ ଧରି ଲାଗି ରହିବ ବର୍ଷା

52

ଭୁବନେଶ୍ୱର: ରାଜ୍ୟରେ ଦୁଇଦିନ ହେଲା ତାତି ଜୋର ଥିବା ବେଳେ କିନ୍ତୁ ଆସନ୍ତା ୧୩ ଓ ୧୪ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି |ରବିବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ, ୧୩ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ନବରଙ୍ଗପୁର, ବୌଦ୍ଧ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ତେବେ ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ପାଗ ଶୁଖିଲା ରହିବ । ୧୪ ତାରିଖ ଦିନ ଉତ୍ତର ଓଡ଼ିଶା ସହିତ କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଝଡ଼ବର୍ଷା ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ।