OnaKhabar

‘ଖତରୋଁ କେ ଖୀଲାଡ଼ି ସିଜନ-୯’:ସମସ୍ତଙ୍କୁ ପଛରେ ପକାଇ ଟ୍ରଫି ହାସଲ କଲେ ପୁନିତ ପାଠକ

0 19

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଖତରୋଁ କେ ଖିଲାଡ଼ି ସିଜନ-୯’ର ବିଜେତା ସାଜିଛନ୍ତି ପୁନୀତ ପାଠକ । ରବିବାର ଆୟୋଜିତ ହୋଇଥିବା ଏହାର ଗ୍ରାଣ୍ଡ ଫିନାଲେରେ ବିଜେତା ଭାବେ ପୁନୀତଙ୍କ ନାମ ଘୋଷଣା କରାଯିବା ସହ ତାଙ୍କୁ ଟ୍ରଫି, ୨୦ଲକ୍ଷ ଟଙ୍କା ଏବଂ ଏକ କାର ପୁରସ୍କାର ଭାବେ ପ୍ରଦାନ କରାଯାଇଛି । ଫାଇନାଲ ରାଉଣ୍ଡରେ ପୁନୀତଙ୍କୁ ଆଦିତ୍ୟ ନାରାୟଣ କଡ଼ା ଟକ୍କର ଦେଇଥିଲେ । ଷ୍ଟଣ୍ଟ ଉପରେ ଆଧାରିତ ଏହି ଶୋ’ର ଟପ-୩ ପଅତିଯୋଗୀ ଥିଲେ ପୁନୀତ ପାଠକ, ଆଦିତ୍ୟ ନାରାୟଣ ଓ ରିଧିମା ପଣ୍ଡିତ ।
ଚଳଚ୍ଚିତ୍ର ନିର୍ଦ୍ଧେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ ଥିଲେ । ଗ୍ରାଣ୍ଡ ଫିନାଲେରେ ଅକ୍ଷୟ କୁମାର ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ।

https://www.onakhabar.com/akshya-kumar-suryabnsi-release-fisrt-teaser/

Leave A Reply

Your email address will not be published.