OnaKhabar

କରୀନାଙ୍କୁ ଆଣ୍ଟି କହି ଫସିଲେ ଯୁବକ

83

ମୁମ୍ବାଇ: ବଲିଉଡର ବେବୋ ତଆ ପଟୋଦୀ ବହୁ କରୀନା କପୁର ତାଙ୍କ ପୁଅକୁ ଚର୍ଚ୍ଚାରେ ରହୁଥିବା ବେଳେ କିନ୍ତୁ ଏବେ ସେ ତାଙ୍କୁ ମିଳିଥିବା କମେଣ୍ଟ ଲାଗି ଚର୍ଚ୍ଚାକୁ ଆସିଛନ୍ତି | ତାଙ୍କୁ କେହି ଜଣେ ଯୁବକ ଟ୍ରୋଲ କରି ଆଣ୍ଟି କହୁଥିବା ଜାଣିବା ପରେ ସେ ହସି ହସି ଯୁବକଙ୍କ ମୁହଁ ବନ୍ଦ କଲା ଭଳି କଥା କହି ଚର୍ଚ୍ଚାକୁ ଆସିଛନ୍ତି | ସୂଚନା ମୁତାବକ, ସୋସିଆଲ ମିଡିଆରେ କରୀନା କପୁର ଅଭିନେତା ଅର୍‌ବାଜ ଖାନ୍‌ଙ୍କୁ ଏକ ସାକ୍ଷାତକାର ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ କରୀନା ଅର୍‌ବାଜ ଖାନ୍‌ ନୂଆ ୱେବ ସୋ’ ପିଞ୍ଚ୍‌ରେ ଯାଇ ପହଞ୍ଚିଥିଲେ । ଯେଉଁଠି ଆର୍‌ବାଜ୍‌ କରୀନାଙ୍କୁ ଲୋକମାନଙ୍କ କମେଣ୍ଟ ସବୁ ଦେଖାଇଥିଲେ । ଏ ସବୁ ମଧ୍ୟରେ ଜଣେ ଯୁବକ କରୀନାଙ୍କୁ, ତୁମେ ଏବେ ଆଣ୍ଟି ହୋଇ ଗଲଣି । ଏବେ ଆଉ ନିଜକୁ ଛୁଆ ବୋଲି ଭାବ ନାହଁ କି ସେଭଳି ପୋଷାକ ପିନ୍ଧ ନାହିଁ ବୋଲି କହିଥିଲେ । ଏହାକୁ ପଢ଼ି କରୀନା ପ୍ରଥମେ ହସିଥିବା ବେଳେ ପରେ ମୁହଁ ବନ୍ଦ କଲା ଭଳି ଜବାବ ଦେଇଥିଲେ । ସେ କହିଥିଲେ, ଲୋକମାନେ ଭାବନ୍ତି ସେଲିବ୍ରିଟିମାନଙ୍କର କୌଣସି ଭାବନା ନ ଥାଏ । ସେମାନଙ୍କୁ କୌଣସି କଥା ଖରାପ ଲାଗି ନଥାଏ । ଏ ସବୁ କଥା ସେଲିବ୍ରିଟିମାନଙ୍କ ଉପରେ କ’ଣ ପ୍ରଭାବ ପକାଇଥାଏ, ତାହା ସେମାନେ ଭାବନ୍ତି ନାହିଁ । ଆମକୁ ସବୁ କିଛି ହସି ହସି ନେବାକୁ ପଡ଼ିଥାଏ ବୋଲି କରୀନା କହିଥିଲେ ।

https://www.onakhabar.com/arbaj-new-sho-started/