OnaKhabar

ଅଧିକ ସମୟ ଏସିରେ ବସୁଛନ୍ତି କି? ସାବଧାନ ହୋଇପାରେ ଏହି ସବୁ ରୋଗ

0 13

ସାଧାରଣତଃ ଖରା ଦିନ ଆସିଳେ ସମସ୍ତେ ଖୋଜନ୍ତି ଏସି କୁ । ସବୁଠି ଲାଗିଥାଏ ଏସି ସେ ଘର ହଉ କି ଅଫିସ । ଯଦି ଆପଣ ସାରା ଦିନ କାର୍ଯ୍ୟାଳୟରେ ଏସିରେ ବସିଥାନ୍ତି । ଏହା ସହ ଘରେ ମଧ୍ୟ ଏସିରେ ବସିଥାନ୍ତି ।ଏହା ଦ୍ୱାରା ଆପଣଙ୍କୁ ଗରମ ଳାଗିନଥାଏ । ହେଲେ ଜାଣନ୍ତି କି ଏହା ଆପଣଙ୍କ ଶରୀର ପାଇଁ ଅଧିକ ବିପଦପୂର୍ଣ୍ଣ ଅଟେ । ଏହିପରି ଭାବେ ଆମେ ସାରା ରୋଗକୁ ନିମନ୍ତ୍ରଣ କରିଥାଉ । ତେବେ ଜାଣନ୍ତୁ କେଉଁ ସବୁ ରୋଗ ହୋଇଥାଏ ଏହି ଏସିରେ ବସିବା ଦ୍ୱାରା…
ମୁଣ୍ଡବିନ୍ଧା ଓ ଥକ୍କାପଣ:
ଲଗାତାର ଏସିରେ ବସି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ । ଏହାସହ ସହନଶକ୍ତ ମଧ୍ୟ କମ ହୋଇଯାଇଥାଏ । ଏହାଦ୍ୱାରା ଆପଣ ଶୀଘ୍ର ହାଲିଆ ଅନୁଭବ କରିଥାଆନ୍ତି ।ଏଥିସହ ଦିନ ସାରା ଏସିରେ ବସି ରହିବା ଦ୍ୱାରା ଆପଣଙ୍କୁ କୌଣସି ଛୋଟ ଛୋଟ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ।
ଚର୍ମ ଓ ଆଖି ଉପରେ ପ୍ରଭାବ:
ଏସିରେ ବସୁଥିବା ବ୍ୟକ୍ତିଙ୍କ ପାଖରେ ଧିରେ ଧିରେ ଏହି ସମସ୍ୟା ଦେଖାଯାଇଥାଏ । ଏସିରେ ବସିବା ଦ୍ୱାରା ଆଖି ଓ ଚର୍ମ ଉପରେ କୁପ୍ରଭାବ ପଡିଥାଏ । ଏହାସହ ଚର୍ମ ଶୁଷ୍କ ହୋଇଯାଏ ।
ଆଣ୍ଠୁଗଣ୍ଠି ବିନ୍ଧା:
ଏସିରେ କମ ତାପମାନରେ ବସିବା ଦ୍ୱାରା ଥଣ୍ଡା ଲାଗିଥାଏ । କିନ୍ତୁ ଏହା ଆଣ୍ଠୁଗଣ୍ଠି ବିନ୍ଧିବା ସହ କାର୍ଯ୍ୟ କରିବାର କ୍ଷମତା ଧୀରେ ଧୀରେ ହ୍ରାସ ହୋଇଥାଏ ।
ନିଶ୍ୱାସପ୍ରଶ୍ୱାସରେ ଅସୁବିଧା:
କାର୍ଯ୍ୟାଳୟ, ଘର ଓ କାରରେ ଏସିରେ ବସିବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହାଦ୍ୱାରା ଶରୀରରେ କିଛି କ୍ଷତିକାରକ କୀଟାଣୁ ରହିଯାଆନ୍ତି । ଏଥିପାଇଁ ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ସୃଷ୍ଟି ହୋଇଥାଏ ।

https://www.onakhabar.com/throat-cancer-symptoms/

Leave A Reply

Your email address will not be published.