OnaKhabar

ଆମାଜନର ନୁଆ ଅଫର: ଏହି ମୋବାଇଲ କିଣି ପାଆନ୍ତୁ ୭୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି

90

ନୂଆଦିଲ୍ଲୀ: ଭଲ ମୋବାଇଲଟିଏ କିଣିବାକୁ ସମସ୍ତଙ୍କ ଇଚ୍ଛା ସବୁବେଳେ ହୋଇଥାଏ । ହେଲେ ସବୁବେଳେ ପ୍ରାୟ ଯଙ୍କା ପାଇଁ ନିଜ ମନକୁ ମାରି ବସନ୍ତି । ତେବେ ଜାଣନ୍ତିକି ଶପିଂ ସଂସ୍ଥା ଆମାଜନ ଆଜିଠାରୁ ଆରମ୍ଭ କରିଛି ଗ୍ରାହକମାନଙ୍କ ପାଇଁ ଏକ ନୂଆ ଅଫର ।ସେଟା ହେଉଛି ଆମାଜନରୁ ମୋବାିଲ କିଣିଲେ ଗ୍ରାହକ ମାନଙ୍କୁ ମିଳିବ ୭ହଜାର ଟଙ୍କା ପର୍ଯନ୍ତ ରିହାତି । ହେଲେ ଏହା କେବଳ ଅନର ମୋବାଇଲ ଫୋନ ଉପରେ ସୀମିତ ରହିଛି ।
ଏହି ଅଫର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ୫ଦିନ ମଧ୍ୟରେ ଗ୍ରାହକମାନେ ଅନର ମୋବାିଲ ଫୋନ କିଣି ୭୦୦୦ଟଙ୍କା ପର୍ଯ୍ରନ୍ତ ରିହାତି ପାଇପାରିବେ ବୋଲି କୁହାଯାଇଛି । ତେବେ ଯେଉଁ ମୋବାିଳ ରିହାତି ମିଳୁଛି ସେଗୁଡିକ ହେଲା ।
ଅନର୮ଏକ୍ସ, ଅନର ଭ୍ୟୁ ୨୦ ଏବଂ ଅନର ୮ସି, ଅନର ପ୍ଲେ ଏବଂ ଅନର ୭ସି ।
ଅନର ୮ଏକ୍ସ: ଏହି ମୋବାଇଲ ଗ୍ରାହକଙ୍କ ପାଇଁ ୪ ହଜାର ଟଙ୍କାର ଡିସକାଉଣ୍ଟ ରହିଛି । ମୋବାଇଲର ପ୍ରକୃତ ମୂଲ୍ୟ ୧୭,୯୯୯ ଟଙ୍କା ଥିବାବେଳେ ଆମାଜନରୁ ଏହାକୁ ଗ୍ରାହକ ୧୩,୯୯୯ ଟଙ୍କାରେ କିଣିପାରିବେ । ଏହି ମୋବାଇଲ ୬.୫ ଇଞ୍ଚ ଡିସପ୍ଲେ ବିଶିଷ୍ଟ । ଏହା କଳା,ନିଳ ଏବଂ ନାଲି ରଙ୍ଗର ୩ଟି ଭ୍ୟାରିଆଣ୍ଟରେ ଉପଳବ୍ଧ ଅଛି ।
ଅନର ପ୍ଲେ: ଏହି ମୋବାଇଲର ପ୍ରକୃତ ମୂଲ୍ର ୨୧,୯୯୯ ଟଙ୍କା ଥିବାବେଳେ ଏହା ୧୪,୯୯୯ ଟଙ୍କାରେ ଉପଳବ୍ଧ ହେଉଛି ।
ଅନର ଭ୍ୟୁ: ଏହି ମୋବାଇଲ ୨୦ଟି ଭିତରୁ ୨ଟି ଭାରିଆଣ୍ଟ ରହିଛି । ୬ଜିବି ରାମ ବିଶିଷ୍ଟ ମୋବାଇଲର ମୂଲ୍ୟ ୩୭,୯୯୯ଟଙ୍କା ଥିବାବେଳେ ୮ଜିବି ରାମ ମୋବାଇଳର ମୂଲ୍ୟ ୪୫,୯୯୯ ଟଙ୍କା ରହିଛି ।
ଅନର ୮ସି: ଏହି ମୋବାଇଲର ମୂଲ୍ୟ ୯,୯୯୯ଟଙ୍କା ଥିବାବେଳେ ଏହା ୧୨,୯୯୯ ଟଙ୍କାରେ ବିକ୍ରି ହେଉଛି । ଅନର ୭ସି ମୂଲ୍ୟ ଯଥାକ୍ରମେ ୭,୯୯୯ ଏବଂ ୧୧,୯୯୯ଟଙ୍କା ରହିଛି ।

https://www.onakhabar.com/flipkart-and-amazon-give-their-best-offer-on-christmas-and-amazon/