OnaKhabar

ବୀରମହାରାଜପୁରରେ ଆଜି ୧୨ ଘଟିଆ ବନ୍ଦ

50

ସୋନପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହା ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କୃଷକ ପରିଷଦ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବନ୍ଦର ପ୍ରଭାବ ଫଳରେ ଦୋକାନବଜାର ସହିତ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେବଳ ବିଦ୍ୟାଳୟ ଓ କଲେଜକୁ ବାଦ ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି ।
ସୂଚନାନୁଯାୟୀ, ହରିହର ଯୋର ମୁଖ୍ୟ କେନାଲର ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ, ବିନା ଜଳରେ ଲାଗୁ କରାଯାଇଥିବା ଜଳକର ଛାନ, ମରୁଡ଼ି ଓ ଚକଡ଼ା ପାଇଁ କ୍ଷତିପୂରଣ ଆଦି ୪ଟି ପ୍ରମୁଖ ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି ।

https://www.onakhabar.com/dharmendra-pradhan-said-ujwala-yojana-is-record-history/