OnaKhabar

ସାଧାରଣ ନିର୍ବାଚନ ପାଇଁ ଏପ୍ରିଲ ୧୧ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ମେ ୧୯ରେ ସରିବ, ମେ ୨୩ରେ ଗଣନା

0 31

ନୂଆଦିଲ୍ଲୀ: ଭାରତର ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଆଜି ଘୋଷଣା କରିଛନ୍ତି । ଗତ ଥର ୯ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ବେଳେ ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାରେ ନିର୍ବାଚନ କାର୍ଯ୍ୟ ଶେଷ ହେବ । ମେ ୨୩ ତାରିଖରେ ଭୋଟ ଗଣନା ହେବ । ମେ ୨୭ ତାରିଖ ସୁଦ୍ଧା ନିିର୍ବାଚନ ପ୍ରକ୍ରୀୟା ସରିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖରେ ବିଜ୍ଞପ୍ତି ଜାରି ହୋଇ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହେବ । ଏହି ପର୍ଯ୍ୟାୟ ପାଇଁ ଏପ୍ରିଲ ୧୧ରେ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ପାଇଁ ୧୮ ଏପ୍ରିଲରେ ଭୋଟ ଗ୍ରହଣ ହେବ । ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ଏପ୍ରିଲ ୨୯ରେ ଭୋଟ ଗ୍ରହଣ । ୫ମ ପର୍ଯ୍ୟାୟ ମେ ୬ରେ, ୬ଷ୍ଠ ପର୍ଯ୍ୟାୟ ପାଇଁ ମେ ୧୨ରେ ଓ ୭ମ ପର୍ଯ୍ୟାୟ ପାଇଁ ମେ ୧୯ରେ ଭୋଟ ଗ୍ରହଣ ହେବ । ୧୯ ମେ ସୁଦ୍ଧା ଭୋଟଗ୍ରହଣ କାର୍ଯ୍ୟ ଶେଷ ହେବ ଓ ସବୁ ପର୍ଯ୍ୟାୟ ଭୋଟ ଗଣତି ମେ୨୩ ତାରିଖରେ ହେବ ।

https://www.onakhabar.com/to-day-announced-election-date/

Leave A Reply

Your email address will not be published.