OnaKhabar

ସମ୍ବିତ ରାଉତ ବାପାଙ୍କ ପାଇଁ କଣ କହିଲେ ପଢ଼ନ୍ତୁ ଏହି ଖବର…

0 16

ଭୁବନେଶ୍ୱର: ରାଜନୀତିରେ ସବୁବେଳେ ଚର୍ଚ୍ଚିତ ଥିବା ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେପି ମୁହାଁ ହୋଇଛନ୍ତି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ପୁଅ ସମ୍ବିତ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ବାପା ଏବେ ସ୍ୱାଧୀନ ଅଛନ୍ତି ଏବଂ ତାଙ୍କର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ଅଛି । ତାଙ୍କର ନିଷ୍ପତ୍ତି କଣ ହେବ ସେତେବେଳେ ରଣନୀତି କଣ ହେବ ତାହା ସେତେବେଳେ ହିଁ ଦେଖାଯିବ । ସେ ଆହୁରି କହିଛନ୍ତି ଯେ, ନିଷ୍ପତ୍ତି ନେବା ବେଳେ ପୁଅର କ୍ୟାରିୟର ପ୍ରତି ଧ୍ୟାନ ଦେବା ଦରକାର । କାରଣ ସେ ବର୍ତ୍ତମାନ ବିଜେଡିରେ ଅଛନ୍ତି । ହାଇକମାଣ୍ଡ ଯାହା କାମ ତାହା ସେ ଶୃଙ୍ଖଳାର ସହିତ କରୁଛନ୍ତି ।
ଏଠାରେ ପ୍ରକାଶ ଥାଉକି, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ହଠାତ ଦିଲ୍ଲୀ ଗସ୍ତ କରି ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ସେଠାରୁ ଫେରି ଗଣମାଧ୍ୟମରେ କହିଥିଲେ ଯେ, ସେ ଧର୍ମେନ୍ଦ୍ରଙ୍କ ସହିତ ଆଲୋଚନା କରିଛନ୍ତି । କିନ୍ତୁ ଗୋଟିଏ ସର୍ତ୍ତ ରଖିଛନ୍ତି ଯିଏ ତାଙ୍କର ସେହି ସର୍ତ୍ତପୂରଣ କରିବ ସେ ତାଙ୍କ ଦଳରେ ମିଶିବେ । ସେ କହିଛନ୍ତି ଯିଏ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିବ ସେ ତାଙ୍କ ସହିତ ହାତ ମିଳାଇବେ ।

https://www.onakhabar.com/dr-rout-has-given-most-important-remark/

Leave A Reply

Your email address will not be published.