OnaKhabar

ସାରା ରାଜ୍ୟରେ ତାତି ବଢିବ

0 0

ଭୁବନେଶ୍ବର : ସାରା ରାଜ୍ୟରେ ତାତି ବଢିବ | ଏହା ଆସନ୍ତା ୫ଦିନ ପର୍ଯନ୍ତ ଲାଗିରହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଏହା ପ୍ରଭାବରେ ରାଜ୍ୟରେ ଗରମ ଅନୁଭବ ହେବ । ଦିନବେଳା ପାରଦ ୩୫ଡିଗ୍ରି ଉପରେ ଏବଂ ରାତିରେ ୧୮ଡିଗ୍ରି ତଳେ ରହିବ । ତେଣୁ ଦିନବେଳା ଗରମ, ରାତିରେ ଥଣ୍ଡା ଲାଗିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମାର୍ଚ୍ଚ ୧୫ ପରେ ପାଗ ପରିବର୍ତ୍ତନ ହୋଇପାରେ । ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ବୃଦ୍ଧି ପାଇବ । ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ । ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ପରିବର୍ତ୍ତନ ହେବନି । ତେବେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ ।

https://www.onakhabar.com/ight-rain-or-thundershower-likely-to-occur-at-11-districts/

Leave A Reply

Your email address will not be published.