OnaKhabar

ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯାଇ ପାରିବନାହିଁ ଯବାନଙ୍କ ଫଟୋ: ନିର୍ବାଚନ ଆୟୋଗ

74

ନୂଆଦିଲ୍ଲୀ : ଏଣିକି ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯାଇ ପାରିବନାହିଁ ଯବାନଙ୍କ ଫଟୋ | ନିର୍ବାଚନ ଆୟୋଗଙ୍କ କଡା ଚେତାବନୀ | ରାଜନୈତିକ ଦଳ ଗୁଡ଼ିକୁ କଡା ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ନିର୍ବାଚନରୁ ଲାଭ ଉଠାଇବା ପାଇଁ ସୈନିକଙ୍କ ଫଟୋ ଏବଂ ନାଁ ବ୍ୟବହାର ନ କରାଯାଉ ବୋଲି ରାଜନୈତିକ ଦଳମାନଙ୍କୁ କହିଛନ୍ତି ଆୟୋଗ । ପୂର୍ବତନ ଜଳସେନା ମୁଖ୍ୟ ଆଡମିରାଲ ଏଲ ରାମଦାସ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ ଯେ, ରାଜନୈତିକ ଦଳକୁ ପୁଲୱାମା ଆକ୍ରମଣ, ଏୟାର ଷ୍ଟ୍ରାଇକ ଏବଂ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫେରିବାକୁ ନିର୍ବାଚନ ପ୍ରଚାର ମାଧ୍ୟମ ବନାଇବାକୁ ନେଇ କଟକଣା କରାଯାଉ । ଏହାକୁ ନେଇ ନିର୍ବାଚନ ଆୟୋଗ ଗତକାଲି ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଏଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଆୟୋଗ ୨୦୧୩ ଡିସେମ୍ବର ୪ରେ ଏକ ପତ୍ର ଜାରି କରି କହିଥିଲେ ଯେ, ରାଜନୀତି ଲାଗି ସେନାର ନାଁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କଡା ନିର୍ଦେଶ ଦେଇଛନ୍ତି |

https://www.onakhabar.com/today-announced-election-date/