OnaKhabar

ନୀରବ ନାହାନ୍ତି ନିରବ : ଲଣ୍ଡନରେ କରୁଛନ୍ତି ହୀରା ବ୍ୟବସାୟ

59

ଲଣ୍ଡନ: ଭାରତରୁ ପଳାଇଥିବା ପିଏନବି ମହା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଏବେ ଲଣ୍ଡନରେ । ଏପଟେ ଋଣ ଫେରସ୍ତ ନ କରି ଲଣ୍ଡନରେ ଏପଟେ ଋଣ ଫେରସ୍ତ ନ କରି ଲଣ୍ଡନରେ ଆଲିସାନ ଘରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଘର ଭଡ଼ା ବାବଦରେ ସେ ମାସିକ ୧୩ଲକ୍ଷ ଟଙ୍କା ଦେଉଛନ୍ତି । ଏପରିକି ସେଠାରେ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ଲଣ୍ଡନର ଏକ ଗଣମାଧ୍ୟମ ୟୁକେ ଡେଲି ଟେଲିଗ୍ରାଫ ତାଙ୍କର ଏକ ଭିଡିଓ ଜାରି କରାଯାଇଛି । ଏଥିରେ ନୀରବଙ୍କର ସାକ୍ଷାତକାର ନିଆଯାଇଛି । ଏଥିସହ ସେ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଏହାର ଶୀର୍ଷକ ରହିଛି । ଭାରତରେ ୧୪ହଜାର କୋଟି ଠକେଇ କରିଥିଲେ ବ୍ୟକ୍ତି ଲଣ୍ଡନରେ ଆରାମରେ ରହିଛନ୍ତି ।
ସୂଚନାନୁଯାୟୀ, ପିଏନବିର ୧୩ ହଜାର ୭୦୦କୋଟି ଟଙ୍କାର ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବଙ୍କ ବିରୋଧରେ ପ୍ରତ୍ୟପର୍ର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଛି । ନୀରବଙ୍କ ବିରୋଧରେ କରାଯାଇଛି । ନୀରବଙ୍କ ବିରୋଧରେ ଇଣ୍ଟରପୋଲର ରେଡ କର୍ନର ନୋଟିସ ଜାରି ହୋଇଛି । କିନ୍ତୁ ସେ ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରିଟରେ ଥିବା ୬୨ କୋଟିର ଏକ ବିଳାସପୂର୍ଣ୍ଣ ଫ୍ଲାଟରେ ରହୁଥିବା ୟୁକେ ଟେଲିଗ୍ରାଫ ଜାରି କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଘର ଭଡ଼ା ବାବଦରେ ସେ ୧୩ଲକ୍ଷ ଟଙ୍କା ଦେଉଛନ୍ତି । ତାଙ୍କ ଚେହେରା ମଧ୍ୟ ବଦଳି ଯାଇଛି । ପୂର୍ବପେକ୍ଷା ସେ ମୋଟା ଦେଖାଯାଉଛନ୍ତି । ଏବଂ ଦାଢ଼ି ମଧ୍ୟ ରଖିଛନ୍ତ । ପ୍ରତ୍ୟର୍ପଣରୁ ମର୍ତ୍ତିବା ଲାଗି ସେ ଲଣ୍ଡରେ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ବୋଲି ଭାରତ ସରକାର ଏବଂ ଅନ୍ୟାନ୍ୟ ସୂତ୍ରରୁ ଜଣାପଡିଛି ।
ତେବେ ୨୦୧୮ ମସିହା ମେ ମାସରୁ ନୀରବ ସେଠାରେ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଦେଇଛନ୍ତି । ତାଙ୍କ ଘର ନିକଟରୁ କିଛି ଦୂରରେ ତାଙ୍କ ହୀରା କମ୍ପାନୀ ରହିଛି । ବ୍ୟବସାୟ କରିବା ଲାଗି ସେ ବ୍ରିଟେନ ସରକାର ତାଙ୍କୁ ରାଷ୍ଟ୍ରୀୟ ବୀମା ନମ୍ବର ଦେଇଛନ୍ତି । ବ୍ରିଟେନ ସରକାର କଣ ପାଇଁ ତାଙ୍କୁ ରାଷ୍ଟ୍ରୀୟ ବୀମା ନମ୍ବର ଦେଇଛନ୍ତି ତାହା ଜଣାପଡ଼ି ନଥିବା ବେଳେ ଇଣ୍ଟରବୋର୍ଡର ରେଡ କର୍ନର ନୋଟିସ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ ।