OnaKhabar

ବିଜେପିରେ ଦାମ ମିଶିବା ନେଇ ଚାଲିଛି ଦ୍ୱନ୍ଦ

74

ଭୁବନେଶ୍ୱର: ବରିଷ୍ଠ ନେତା ଡା. ଦାମୋଦର ରାଉତ ବିଜେପିରେ ମିଶିବା ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଉଭୟ ପକ୍ଷ ମିଶିବା ନେଇ ଆଗ୍ରହ ଦେଖାଯାଉଥିବା କୁହାଯାଉଛି । କିନ୍ତୁ ଉଭୟଙ୍କ ମଧ୍ୟରେ ମିଶ୍ରଣଙ୍କୁ ନେଇ କିଛି ସର୍ତ୍ତ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରୁନଥିବା କୁହାଯାଉଛି । ଦାମକୁ ନେବା ପୂର୍ବରୁ ବିଜେପି କେତେକ ବିଷୟରେ ଆଗେ ସ୍ପଷ୍ଟ ହେବାକୁ ଚାହୁଁଛି । ଦାମ ମଧ୍ୟ ମିଶିବା ପୂର୍ବରୁ କିଛି ସର୍ତ୍ତ ରଖିବାକୁ ଚାହୁଁଛନ୍ତି । ଉଭୟ ପକ୍ଷରୁ ସର୍ତ୍ତ ଜୁଟିଲେ ମିଶ୍ରଣ ସମ୍ଭବ ବୋଲି କୁହାଯାଉଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଦାମ ମିଶିବା ପାଇଁ ଆଗ୍ରହ ଦେଖାଉଛନ୍ତି । କୁହାଯାଉଛି ଦାମଙ୍କୁ ନେବା ପାଇଁ ବୈଜୟନ୍ତ ମୁଖ୍ୟ ମାଧ୍ୟମ କୁଆଡେ ସାଜିଛନ୍ତି । ଦିଲ୍ଲୀରେ ଜାତୀୟ ସ୍ତରରେ ନେତାମାନଙ୍କ ସହ ଏନେଇ କଥାବର୍ତ୍ତା ଚାଲିଛି । ଦିଲ୍ଲୀ ସ୍ତରରେ ଫାଇନାଲ ହେଲେ ଦାମଙ୍କ ମିଶ୍ରଣ ସମ୍ଭବ ହେବ । ଦିଲ୍ଲୀରେ ବର୍ତ୍ତମାନ ଜାତୀୟ ସ୍ତରରେ ବୈଜୟନ୍ତଙ୍କୁ ମୁଖପାତ୍ର ଓ ଦଳର ଜାତୀୟ ଉପସଭାପତି କରାଯିବା ପରେ ଦଳରେ ତାଙ୍କର ଗୁରୁତ୍ୱ ବଢିଥିବାର କୁହାଯାଉଛି । ମୋଦୀଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଥିବାରୁ ସେ ଜାତୀୟ ସ୍ତରରେ ନେତାଙ୍କ ଉପରେ ଚାପ ପକାଇ କିଛି କରିପାରିବେ ବୋଲି କୁହାଯାଉଛି ।
ହେଲେ ଦାମ ଆରମ୍ଭରୁ ବିଜେପି ବିରୋଧରେ ସ୍ୱର ଉଠାଇ ଚାଲିୁଥିଲେ । ତାଙ୍କୁ ଯେତେବେଳେ ଅନ୍ୟ ଦଳରେ ମିଶିବା କଥା କୁହାଗଲା ସେତେବେଳେ ସେ ସିଧା କହିଥିଲେ ବିଜେପିରେ ତାଙ୍କର ମିଶିବାର ନାହିଁ । ୧୦କୋଟି ଟଙ୍କା ବିଜେପି ଦେଲେ ବି ସେ ବିଜେପିକୁ ଯିବାର ନାହିଁ । ଏପରିକି ନିକଟରେ ସେ କିଛିଦିନ ତଳେ ଏକ ସାକ୍ଷାତକାର ଦେଲା ବେଳେ ସିଧାସଳଖ କହିଥିଲେ ବିଜୁ ପଟ୍ଟନାୟକ ବଞ୍ଚିଥିଲା ବେଳେ ବିଜପେିକୁ ବିରୋଧ କରୁଥିଲେ । ତ ବିଜୁ ପଟ୍ଟନାୟକଙ୍କ ଶିଷ୍ୟ ହୋଇଥିବାରୁ ବିଜେପି ସହ ତାଙ୍କର ସମ୍ପର୍କ ରହିବ ନାହିଁ ବୋଲି କହିଥିଲେ । ଏପରିକି ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତି କଡା ଭାଷାରେ ସମାଲୋଚନା କରୁଥିଲେ । କିନ୍ତୁ ନିକଟରେ ଏକ କେନ୍ଦ୍ର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହ ଡା. ରାଉତ ଗୋଟିଏ ମଂଚରେ ଏକାଠିି ହୋଇଥିଲେ । ସେଠାରେ ଉଭୟଙ୍କ ଭିତରେ ବେଶ ସହାୟକପୂଣ୍ଣ କର୍ଥାବାର୍ତା ହେଉଥିବାର ଦେଖାଯାଇଥିଲା । ବୋଧୁହଏ ଏହାପରେ ଧର୍ମେନ୍ଦ୍ର ତାଙ୍କୁ ମନେଇବାରେ ସଫଳ ହୋଇପାରନ୍ତି । ସେଥିପାଇଁ ମିଶିବାକୁ ଦାମ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସେ କଂଗ୍ରେସ ସହ ଯିବେ ବୋଲି ପୂର୍ବରୁ କହୁଥିଲେ । କିନ୍ତୁ କଂଗ୍ରେସ ତାଙ୍କୁ ପାରାଦୀପର ଆସନରେ ପାର୍ଥୀ ନ ଦେଇ ଦାମଙ୍କୁ ସର୍ମଥନ ଦେବା ବୋଧହୁଏ ସମ୍ଭବ ହେଲା ନାହିଁ ଏବଂ ସେ ଗଢିବାକୁ ଯାଉଥିବା ନୂଆ ଆଞ୍ଚଳିକ ଦଳ ସାକାର ହେବା ନେଇ ସନ୍ଦେହ ଦେଖାଦେଲା । ଫଳରେ ସେ ଆସନ୍ତା ନିର୍ବାଚନରେ ବିଜେପିରେ ମିଶି ଲଢିବାକୁ ଚାହୁଁଥିବା କୁହାଯାଉଛି ।

https://www.onakhabar.com/jaya-and-dama-depend-on-bijaya/

https://www.onakhabar.com/naveen-may-face-modis-situation/