OnaKhabar

ବିସିସିଆଇ ପ୍ରତିନିଧି ପିଏସ୍ଏଲ୍ ଫାଇନାଲରେ ଯୋଗ ଦେବେନାହିଁ

କରାଚି : ଚଳିତମାସ ୧୭ରେ ଖେଳାଯିବା ପାକିସ୍ତାନ ସୁପର ଲିଗ(ପିଏସ୍ଏଲ୍)ର ଫାଇନାଲ ମ୍ୟାଚ୍ । ଏହି ମ୍ୟାଚରେ ଉପସ୍ଥିତ ରହିବାକୁ ବିସିସିଆଇ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) । ତେବେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଛି ବିସିସିଆଇ । ପିସିସି ଅଧ୍ୟକ୍ଷ ଏହ୍ସାନ ମାନି ଗୁରୁବରେ ଏହି ସୂଚନା ଦେଇଛନ୍ତି । ମାନିଙ୍କ କହିବା ଅନୁସାରେ, ପିଏସଏଲ ଫାଇନାଲ ଦେଖିବା ଲାଗି ଆଇସିସି ଏବଂ ଏହାର ଅନୁବନ୍ଧିତ ଦେଶର କ୍ରିକେଟ ବୋର୍ଡର ଅଧିକାରୀଙ୍କୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଫାଇନାଲ ଦେଖିବାକୁ ଯାଇପାରିବେ ନାହିଁ ବୋଲି ମାନିଙ୍କୁ ଜଣାଇ ଦେଇଛନ୍ତି । ତେବେ ମନୋହର ଜଣେ ଭାରତୀୟ ହୋଇଥିବାରୁ ଏହି ଫାଇନାଲରେ ଯୋଗଦେବାକୁ ମନା କରିଦେଇଥିଲେ । ଏହାସହ ବିସିସିଆଇର ଅସ୍ଥାୟୀ ସଭାପତି ସି.କେ.ଖାନ୍ନା ମଧ୍ୟ ଫାଇନାଲରେ ଯୋଗଦେବେ ନାହିଁ ବୋଲି ପିସିବିକୁ ଜଣାଇ ଦେଇଛନ୍ତି ।
ଗତମାସରେ ହୋଇଥିବା ପୁଲୱାମା ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ଅବସ୍ଥାରେ ପାକିସ୍ତାନ ଭାରତୀୟ ବାୟୁସେନାର ବୋମାମାଡ଼ ଘଟଣା ପରେ ଉଭୟ ଦେଶଙ୍କ ମଧ୍ୟରେ ସମ୍ପର୍କ ବେଶ ତିକ୍ତ ହୋଇଯାଇଛି । ଏପରି ସ୍ଥିତିରେ ବିସିସିଆଇ କର୍ମକର୍ତ୍ତା ପାକିସ୍ତାନ ଯାଇ ପିଏସଏଲ ଫାଇନାଲ ଦେଖିବା କଥା ଆଦୌ ଚିନ୍ତା କରା ଯାଇନପାରେ । ତେବେ ଆଇସିସି ୟଧ୍ୟକ୍ଷ ହେବା ସତ୍ତେ୍ୱ ତାଙ୍କ ଦେଶପ୍ରେମକୁ ପ୍ରାଧାନ୍ୟ ଦେଇ ଶଶାଙ୍କ ମନୋହର ପିସିବିର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ନିଶ୍ଚୟ ପ୍ରଶଂସାଯୋଗ୍ୟ ।

https://www.onakhabar.com/team-india-stages-a-comeback-in-oneday-series-with-a-dazzling-victory-at-adelaide/