OnaKhabar

ଚୋରି ନବଜାତ ଶିଶୁର ବାପାଙ୍କୁ ଆକ୍ରମଣ କରି ଏଏସଆଇ ନିଲମ୍ବିତ

68

ପାଟଣାଗଡ଼: ରାଜ୍ୟରେ ପ୍ରତ୍ୟେକ ଦିନ ନୂଆ ନୂଆ କାଣ୍ଡମାନ ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଏପରି ପରସ୍ଥିତିରେ ପ୍ରଶାସନର ପକ୍ଷରୁ କଡା ପଦକ୍ଷେପ ନେବା ବଦଳରେ ପ୍ରଶାସନ ହିଁ ନିଜ ତରଫରୁ ଅଭାବନୀୟ କାଣ୍ଡ କରୁଥିବାର ଦେଖିବାକୁ ମିଳୁଛି | ଗତକାଲି ଏକ ନବଜାତ ଶିଶୁ ହେବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ପ୍ରଶାସନ ପକ୍ଷରୁ ସେପରି ଗୁରୁତ୍ବ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ସୂଚନା ମିଳିଥିଲା | ଫଳରେ ପରିବାର ଲୋକେ ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଥିଲେ | ଏଥିରେ ପୁଲିସ ଉକ୍ତକ୍ଷିପ୍ତ ହୋଇ ଶିସୁର ବାପାକୁ ମରଣାତ୍ମକ ଆକ୍ରମଣ କରିଥିବାର ସୂଚନା ମିଳିଛି | ଏପରି ନିନ୍ଦନୀୟ କାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ | ସ୍ଥାନୀୟ ଡାକ୍ତରଖାନାରୁ ଚୋରି ହୋଇଯାଇଥିବା ନବଜାତ ଶିଶୁପୁତ୍ରର ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପୁଲିସ୍ ଏଏସ୍‌ଆଇ ଅନାଦି ମଟାରିଙ୍କୁ ନିଲମ୍ବନ କରାଯାଇଛି । ସେ ପାଟଣାଗଡ଼ ଥାନାରେ କାର୍ଯ୍ୟରତ ଥିଲେ । ସୂଚନାନୁଯାୟୀ, ଗତକାଲି ଏହି ପିଲା ଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ । ଏହି ସମୟରେ ଏଏସ୍ଆଇ ଅନାଦି ମଟାରି ଉକ୍ତ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏଏସ୍‌ଆଇଙ୍କ ମାଡ଼ରେ ସେ ଚେତା ହରାଇଥିଲେ । ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏହି ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପରିବାର ଲୋକେ ଅଡ଼ି ବସିଥିଲେ । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଚୋରି ହୋଇଥିବା ଶିଶୁକୁ ଖୁବଶୀଘ୍ର ଉଦ୍ଧାର କରିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ରାସ୍ତାରୋକରୁ ହଟିଥିଲା । ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଆଜି ବଲାଙ୍ଗିର ଏସ୍‌ପି ପାଟଣାଗଡ଼ ଏଏସ୍ଆଇ ଅନାଦି ମଟାରିଙ୍କୁ ନିଲମ୍ବନ କରିଯାଇଥିବାର ସୂଚନା ମିଳିଛି |

https://www.onakhabar.com/crocodile-attack-a-man/