OnaKhabar

ପାକିସ୍ତାନକୁ ବଡ ଝଟକା ଦେଲା ଆମେରିକା: ୩ମାସରୁ ଅଧିକ ସମୟ ଆମେରିକାରେ ରହିପାରିବେନି ପାକ୍ ନାଗରିକ

69

ନୂଆଦିଲ୍ଲୀ : ଅତଙ୍କବାଦକୁ ନେଇ ପାକିସ୍ତାନକୁ ବୀଭିନ୍ନ ଦେଶ ଘେରିଥିବାବେଳେ ଆମେରିକା ଏବେ ଏକ କଡ଼ା ପଦେକ୍ଷେପ ଗ୍ରହଣ କରିଛି ପକିସ୍ତାନ ବିରୁଦ୍ଧରେ । ଯେଉଁଟାକ ପାକିସ୍ତାନ ପାଇଁ ଏକ ବଡ ଝଟକା ହୋଇଛି । ଏବେ ଆମେରିକା ପାକିସ୍ତାନୀ ନାଗରିକଙ୍କ ଭିଜାର ଅବଧିରେ କଟକଣା ଲଗାଇଛି । ଯେଉଟାକି ଭିଜା ଅବଧିକୁ ୫ ବର୍ଷରୁ କମାଇ ୩ମାସ କରିଦିଆଯାଇଛି । ଇସଲାମାବାଦସ୍ଥିତ ଆମେରିକା ଦୁତାବାସ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି । ଏହା ପାକିସ୍ତାନର ଏକ ଖବରକାଗଜ ‘ଦ ଟ୍ରିବ୍ୟୁନ ଏକ୍ସପ୍ରେସ’ ଏ ସମ୍ପର୍କିତ ଏକ ଖବର ପ୍ରକାଶ କରିଛି ।
ମେରିକାର ଏହି କଟକଣା ପରେ ସମ୍ବାଦିକ ଏବଂ ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଲାଗି ସମସ୍ୟା ବଢିଯାଇଛି । ଏଥିରେ ପାକିସ୍ତାନୀ ସମ୍ବାଦିକମାନେ ନିଜର ଯାତ୍ରା ଅନୁମତିକୁ ନବୀକରଣ ନ କରି ଆମେରିକାରେ ୩ମାସରୁ ଅଧିକ ସମୟ ରହିପାରିବେ ନାହିଁ । ଏହା ସହିତ ବିଭିନ୍ନ ଭିଜା ପାଇଁ ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡ଼ିବ । କୌଣସି କାର୍ଯ୍ୟ ପାଇଁ ସ୍ଥାୟୀ ଭିଜା, ସାମ୍ବାଦିକ ଏବଂ ଗଣମାଧ୍ୟମ ଭିଜା, କମ୍ପାନୀ ସ୍ଥାନାନ୍ତରଣ ଭିଜା ପାଇଁ ଆବେଦନକୁ ମଞ୍ଜୁରୀ ମିଳିବା ସମୟରେ ଏହି ଅତିରିକ୍ତ ଦେୟ ନିଆଯିବ । ତେବେ ଚାଲନ୍ତୁ ଜାଣିବା କେଉଁ ଭିଜା ପାଇଁ କେତେ ମୂଲ୍ୟ ଦେବାକୁ ପଡିବ…
ସାମ୍ବାଦିକ ଏବଂ ଗଣମାଧ୍ୟମ ଭିଜା ପାଇଁ ୩୨ ଏବଂ ଅନ୍ୟାନ୍ୟ ଭିଜା ପାଇଁ ୩୮ ଡଲାର ଅତିରିକ୍ତ ଦେୟ ପଇଠ କରିବାକୁ ହେବ । ଫଳରେ ଯଦି କୌଣସି ପାକିସ୍ତାନୀ ସମ୍ବାଦିକ ଏବେ ଆମେରିକା ଯିବାକୁ ଚାହାଁନ୍ତି,ତେବେ ତାଙ୍କୁ ଭିଜା ପାଇଁ ୧୯୨ ଡଲାର ଦେବାକୁ ପଡ଼ିବ । ଏବଂ ଅନ୍ୟାନ୍ୟ ଭିଜା ପାଇଁ ୧୯୮ ଡଲାର ଦେବାକୁ ପଡ଼ିବ ।
ସୂଚନାନୁଯାୟୀ, ୨୦୧୮ ରେ ପ୍ରାୟ ୩୮ ହଜାର ପାକିସ୍ତାନୀ ନାଗରିକଙ୍କୁ ଆମେରିକା ପକ୍ଷରୁ ଭିଜା ଦେବାକୁ ବାରଣ କରାଯାଇଥିଲା । ଅନ୍ୟପଟେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଆନ୍ତର୍ଜାତୀୟ ସ୍ତରରେ ଅନେକ ଝଟକା ଲାଗିଛି । ତେବେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ପୂର୍ବରୁ ଆମେରିକା ପକ୍ଷରୁ ଦିଆଯାଉଥିବା ଯେଉସବୁ ସାମରିକ ସହାୟତା । ସେ ସବୁ ମଧ୍ୟ ଦେବା ବନ୍ଦ କରିଦେଇଛି ଆମେରିକା । ଖାଲି ଯେ ଆମେରିକା ନୁହେଁ ବିଶ୍ୱର ଏମିତି ଅନେକ ରାଷ୍ଟ୍ର ଏହି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ।

https://www.onakhabar.com/now-pakisthan-accept-masood-azar-in-pakisthan/