OnaKhabar

ବଲାଙ୍ଗୀର: ପ୍ରାର୍ଥୀ ନ ବଦଳିଲେ ଘାଟାରେ ପଡିବ ବିଜେଡି

0 32

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ପ୍ରାଥୀ ଚୟନ ନେଇ ସବୁ ଦଳରେ ଚାଲିଛି ଛକପଞ୍ଛା । ଅନ୍ୟ ଦଳମାନଙ୍କୁ ତୁଳନାରେ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକା ଥିବାରୁ ଏହା ଦଳ ପାଇଁ ମୁଣ୍ଡ ବ୍ୟାଥାର କାରଣ ହୋଇଛି । ଦଳ ଭିତରେ ପାର୍ଥୀତ୍ୱକୁ ନେଇ ଚାଲିଛି କସରତ । ବଲାଙ୍ଗୀର ଜିଲ୍ଲାରେ ଦଳର ସ୍ଥିତି ଏତେଟା ସୁଦୃଢ ନଥିବା କଥା ଆଲୋଚନା ହେଉଛି । ବିଭିନ୍ନ ସର୍ଭେରୁ ମଧ୍ୟ ସୂଚନା ମିଳୁଛି । ଏକଥା ବିଜେଡି ମୁଖିଆମାନେ ବେଶ ଭଲ ଭାବରେ ମଧ୍ୟ ଅବଗତ ଅଛନ୍ତି । କେଉଁ ଜିଲ୍ଲାରେ କାହାକୁ କାଟିବେ ଓ କାହାକୁ ରଖିବେ ତାହାକୁ ନେଇ ଚାଲିଛି ତର୍ଜମା । ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରୁ ଦଳ ଗତଥର ୩ଟି ଆସନ ପାଇଥିବା ବେଳେ ଏଥର ଦଳ ଏଥର ଗୋଟିଏ ଆସନ ପାଇବ ବୋଲି କୁହାଯାଉଛି । ସେଥିନେଇ ଦଳ ସମ୍ଭାବ୍ୟ ପାର୍ଥୀ ବାଛିବା ନେଇ ଅଧିକା ଗୁରୁତ୍ୱ ଦେଉଛି । ଅଧିକାଂଶ ଆସନରେ ପ୍ରାର୍ଥୀ ବଦଳିବ ବୋଲି କୁହାଯାଉଛି ।
ଜିଲ୍ଲାର ୫ଟି ବିଧାନସବା ଆସନରୁ ଲୋଇସିଂହା ବିଧାନସଭା ଆସନରେ ଦଳର ବିଧାୟକ ଯୋଗେନ୍ଦ୍ର ବେହେରା ଅଛନ୍ତି । କିନ୍ତୁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ସେ ତାଙ୍କ ପୁଅକୁ ରାଜନୀତିକୁ ଆଣିବାକୁ ଚାହୁଁଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ପୁଅକୁ ଦଳୀୟ ଟିକେଟ ଦେବା ପାଇଁ ସେ ସୁପଜ୍ଲେମୋକୁ ଜଣାଇଚନ୍ତି ବୋଲି କୁହାଯାଉଚି । କିନ୍ତୁ ଦଳ କଣ ନିଷ୍ପତ୍ତି ନେଉଛି ତାହା ଜଣା ପଡୁନାହିଁ । ଏଠାରେ ବିଧାୟକ ଶ୍ରୀ ବେହେରା ଲୋକପ୍ରିୟତା ହରାଇଥିବା କଥା କୁହାଯାଉଛି । ଜିଲ୍ଲାର ଦଳୀୟ ସଭାପତି ଯୋଗେନ୍ଦ୍ରଙ୍କୁ ବିରୋଧ କରୁଛନ୍ତି । ଏଠାରେ ନୂଆ ପ୍ରାଥୀ ଦେବା ପାଇଁ ଯୋଜନା ରଖାଯାଇତିବା କୁହାଯାଉଛି ।
ପାଟଣାଗଡ ବିଧାନସଭା ଆସନ ବିଜେପି ହାତକୁ ଯାଇଛି । ଏଠାରେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛିି । କୁହାଯାଉଛି ସେ କିନ୍ତୁ ବଲାଙ୍ଗିର ଆସନ ଲାଗି ଆଗ୍ରହୀ ଅଛନ୍ତି ।
ବଲାଙ୍ଗିର ବିଧାନସଭା ଆସନ କଂଗ୍ରେସ ହାତକୁ ଯାଇଛି । ଏଠାରେ ଗତ ଥର ଅନଙ୍ଗ ଉଦୟ ସିଂହ ଦେଓ ପ୍ରତିଯୋଗିତା କରି ହାରି ଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଠାରୁ ଜିତିଥିଲେ । ଏଥର ମଧ୍ୟ କଂଗ୍ରେସ ଶ୍ରୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାକୁ ଯାଉଥିବା କୁହାଯାଉଛି । ହେଲେ ବିଜେଡିରୁ ଅନଙ୍ଗ ଉଦୟଙ୍କ ସାନପୁଅ ଅରକେଶ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ଏଣୁ ଦଳ ପିତା ନା ପୁତ୍ର କାହାକୁ ପ୍ରାର୍ଥୀ କରିବ ସେ ନେଇ ଦ୍ୱନ୍ଦ ଲାଗିରହିଛି । ବିରୋଧୀ ଦଳ ନେତା ପୁଣି ଲଢିବାକୁ ଯାଉଥିବାରୁ ଦଳକୁ ଭାବିଚିନ୍ତି ପଦକ୍ଷେପ ନେବ ବୋଲି କୁହାଯାଉଛିି ।
ଟିଟିଲାଗଡ ବିଧାନସଭା ଆସନରେ ଦଳର ବିଧାୟକ ଟୁକୁନି ସାହୁ ଅଛନ୍ତି । ତାଙ୍କୁ ବଦଳା ଯିବ କି ନାହିଁ ଦଳ ସ୍ଥିର କରିପାରୁ ନାହିଁ । ତାଙ୍କୁ ପ୍ରାର୍ଥୀତ୍ୱକୁ ମଧ୍ୟ ଜିଲ୍ଲାର ପ୍ରତିନିଧି ବିରୋଧ କରୁଛନ୍ତି ।
କଣ୍ଟାବାଞ୍ଜି ବିଧାନସଭା ଆସନରେ ଦଳର ବିଧାୟକ ମହମ୍ମଦ ଆୟୁବ ଖାନଙ୍କୁ ବଦଳାଇବା ପାଇଁ ନିର୍ବାଚନ ମଣ୍ଡଳୀରେ ଦଳର ଏକ ଗୋଷ୍ଠୀ ଦାବୀ କରୁଛନ୍ତି । ତାଙ୍କୁ ପ୍ରାର୍ଥୀ ନ କରାଇବା ପାଇଁ ଜିଲ୍ଲା ସଭାପତି ମଧ୍ୟ ଚାହୁଁଛନ୍ତି । ଏକ୍ଷେତ୍ରରେ ଦଳ ନୂଆ ପ୍ରାର୍ଥୀ ଦେବ କି ନାହିଁ ସେ ପ୍ରତି ଆଲୋଚନା ଚାଲିଛି ବୋଲି କୁହାଯାଉଛି ।
ଜିଲ୍ଲାରେ ଦଳ ସାଙ୍ଗଠନିକ ବ୍ୟବସ୍ଥା ବିବାଦୀୟ ଘେରରେ ରହିଛି । ଜିଲ୍ଲା ସଭାପତି ଓ ଦଳର ତିନି ବିଧାୟକଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି । ସାଙ୍ଗଠନିକ ବ୍ୟବସ୍ଥା ଦୁବଳ ହୋଇପଡିଛି । ଏହାର ଫାଇଦା ବିରୋଧୀ ନେବାର ସମ୍ଭାବନା ରହିଛି ।
ସୋନପୁର ଜିଲ୍ଲାରେ ଦୁଇଟି ବିଧାନସବା ଆସନ ରହିଛି । ଗୋଠିଏ ସୋନପୁର ଓ ଅନ୍ୟାଟି ବୀରମହାରାଜପୁର । ଦୁଇଟି ଯାକ ଆସନ ବିଜେଡି ଅଧୀନରେ ଅଛି । ବୀରମହାରାଜପୁରର ବିଧାୟକ ପ୍ରଦ୍ୟୁମ୍ନ ବେହେରା ଏଥର ପୁଣି ପ୍ରାର୍ଥୀ ହେବେ । କିନ୍ତୁ ସେ ଚାହୁଁଛନ୍ତି ତାଙ୍କ ନିଜ ଜିଲ୍ଲା ଫୁଲବାଣୀକୁ ଫେରିବା ପାଇଁ । ସୋନପୁର ବିଧାନସଭାର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୁଜାରୀ ପୁଣି ପ୍ରାର୍ଥୀ ହେବେ ।

https://www.onakhabar.com/lot-of-mla-seats-may-be-changed-at-ganjam-distic-by-bjd/

Leave A Reply

Your email address will not be published.