OnaKhabar

ଡ୍ୟାମରେ ବୁଡି ଡାକ୍ତରୀ ଛାତ୍ର ମୃତ

0 12

ସମ୍ବଲପୁର: ପୁଣି ରାଜ୍ୟରେ ଏକ ଦୁଃଖଦ ଘଟଣା ଘଟିଥିବାର ଦେଖିବାକୁ ମିଳିଛି | ଜଣେ ଡାକ୍ତରୀ ଛାତ୍ର ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ହେଲେ ରାଜସ୍ଥାନର ସୁମିତ୍‌ ସିଂହ । ସେ ବୁର୍ଲା ମେଡିକାଲ୍‌ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସୁମିତ୍‌ ସାଙ୍ଗମାନଙ୍କ ସହ ହୀରାକୁଦ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ । ତେବେ ଅସବାଧନତା ଲାଗି ସେ ଡ୍ୟାମରେ ବୁଡ଼ି ଯାଇଥିବାର ଜଣା ପଡିଛି | ସୁମିତ୍‌ଙ୍କୁ ଉଦ୍ଧାର କରିବା ଲାଗି ତାଙ୍କ ସାଙ୍ଗମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁମିତ୍‌ଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ଏପରି ମୃତ୍ୟୁକୁ ନେଇ ସାରା କଲେଜରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିବାର ଜଣା ପଡିଛି |

 

Leave A Reply

Your email address will not be published.