OnaKhabar

ଘରେ ମନିପ୍ଲାଣ୍ଟ ଲଗାଉଛନ୍ତି କି! ଜାଣନ୍ତୁ କେଉଁ ଦିଗରେ ଲଗାଇଲେ ମିଳିବ ଉପକାର…

60

: ଅନେକ ଲୋକ ଘରେ ବୃକ୍ଷ ଲଗାଇବାକୁ ପସନ୍ଦ କରନ୍ତି । ଘରେ ବୃକ୍ଷ ଲଗାଇବା ଦ୍ୱାରା ମଧ୍ୟ ଆମ ଘରର ଚତୁଃପାଶ୍ୱର୍ ସବୁଜମୟ ହୋଇ ରହିଥାଏ ।ଏହା ସହ ମଧ୍ୟ ଅନେକ କାରଣ ଜଡିତ ହୋଇ ରହିଥାଏ । ଯେମିତିକି ପ୍ରତ୍ୟେକ ବୃକ୍ଷ ନିଜର ଏକ ଭିନ୍ନ ମହତ୍ତ୍ୱ ରଖିଥାଏ । ଯେମିତିକି ଘର ଭିତରେ ସମସ୍ତେ ମନିପ୍ଲାଣ୍ଟ ଗଛକୁ ଲଗାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ମନିପ୍ଲାଣ୍ଟ ଗଛର କିଛି ଏମିତି ଗୁଣ..
କୁହାଯାଇଛି ଯେ ମନିପ୍ଲାଣ୍ଟ ଗଛକୁ ଘରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦେଇ ନଥାଏ । ଏହା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ଘରେ ମନିପ୍ଲାଣ୍ଟ ଗଛ ସୁଖ ସମୃଦ୍ଧିର କାରଣ ମଧ୍ୟ ଅଟେ । ଏହି ମନିପ୍ଲାଣ୍ଟ ଗଛକୁ ଆରାମରେ ଘରେ ଲଗା ଯାଇପାରିବ । ଏହାକୁ ଏକ ପାତ୍ରରେ ରଖି ଲଗାଇ ପାରିବେ । ଏହାକୁ ନିୟମିତ ସୂର୍ଯ୍ୟଙ୍କ କିରଣରେ ନ ରଖିଲେ ମଧ୍ୟ ଚଳିବ ।ଏହାର ପତ୍ର ସବୁବେଳେ ସବୁଜ ହୋଇ ରହିଥାଏ । ତେବେ ଚାଲନ୍ତୁ ଜାଣିବା ମନିପ୍ଲାଣ୍ଟ କୁ କେଉଁ ଦିଗରେ ରଖିବେ..
ଏହାର ମାନ୍ୟତା ରହିଛି ଯେ, ମନିପ୍ଲାଣ୍ଟ ଗଛକୁ ସଠିକ ଦିଗରେ ରଖିବା ଦ୍ୱାରା ଦନ ବୃଦ୍ଧି ହୋଇଥାଏ ବୋଲି ମନାଯାଇଛି । କିନ୍ତୁ ଯଦି ଆପଣ ଏହାକୁ ଭୁଲ ଦିଗରେ ରଖିବେ ତାହେଲେ ଘରେ ସଦା ସର୍ବଦା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଏହାକିୁ ଆପଣ ବାସ୍ତୁ ଅନୁସାରେ, ପ୍ରତ୍ୟେକ ଗଛକୁ ସଠିକ ଦିଗରେ ରଖିବା ଉଚିତ । ଏହା ଦ୍ୱାରା ଘରେ ସର୍ବଦା ସକାରାତ୍ମକ ପରିବେଶ ରହିଥାଏ । ବାସ୍ତେୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ଗଛକୁ ସର୍ବଦା ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୁର୍ବ ଦିଗରେ ଲଗାଇବା ଉଚିତ । ଏହି ଦିଗରେ ଗଛ ଲଗାଇବା ଦ୍ୱାରା ଲାଭ ମିଳିଥାଏ ।
ଏହି ମନିପ୍ଲାଣ୍ଟ ଗଛକୁ ଆଗ୍ନେୟ କୋଣରେ ଲଗାଇବାର ମହତ୍ୱ ରହିଛି । ଏହି ଦିଗରେ ଦେବତା ପ୍ରଭୁ ଗଣେଶଙ୍କ ସହ ଶୁକ୍ର ମଧ୍ୟ ପ୍ରତିନିଧିତ୍ୱ କରିଥାଆନ୍ତି । ପ୍ରଭୁ ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା ଓ ଶୁକ୍ର ହେଉଛନ୍ତି ସୁଖ ସମୃଦ୍ଧିର କାରକ ଅଟନ୍ତି ।
ମନେରଖନ୍ତୁ ମନିପ୍ଲାଣ୍ଟ ଗଛକୁ କେବେ ବି ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ । ଏହି ଦିଗରେ ଗଛ ଲଏଗାଇବା ଦ୍ୱାରା ବହୁ ନାକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । କାରଣ ଐଶାନ୍ୟ କୋଣକୁ ବୃହସ୍ପତିଙ୍କ ଦିଗ କୁହାଯାଇଛି । ବୃହସ୍ପତି ଓ ଶୁକ୍ର ପରସ୍ପରର ଶତ୍ରୁ ଅଟନ୍ତି । ମନିପ୍ଲାଣ୍ଟ ଗଛକୁ ଐଶାନ୍ୟ କୋଣରେ ଲଗାଇବା କ୍ଷତିକାରକ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇବା ଲାଭଦାୟକ ଅଟେ ।ମନିପ୍ଲାଣ୍ଟ ଗଛକୁ କେବେ ବି ୍ଝଡିବାକୁ କିମ୍ବା ଶୁଖିବାକୁ ଦେବା ଉଚିତ ନୁହେଁ । ଏହାର ପତ୍ର ହଳଦିଆ ହୋଇଗଲେ ତାକୁ ସଙ୍ଗେ ସଙ୍ଗେ ବାଛି କାଢି ଦିଅନ୍ତୁ । ଶୁଖିଲା ପତ୍ରରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।

https://www.onakhabar.com/koudi-finish-economical-problem/