OnaKhabar

ବଦଲା ନେବା ମୁଡରେ ଭାରତୀୟ ସେନା, ପୁଣି ନେଲେ ଦୁଇ ଆତଙ୍କବାଦୀଙ୍କ ଜୀବନ

42

ଶ୍ରୀନଗର: ଗଲା କିଛି ଦିନ ହେବ ପୂରା ଦେଶ ବଦଲା ନେବା ମୁଡରେ ରହିଛି | ଆତଙ୍କବାଦୀ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ବଡଧରଣର ହମଲା ପରେ ଭାରତୀୟ ସେନା ପୂରା ଆକ୍ରମଣ ମୁଡରେ ଥିବା ଜଣାପଡିଛି | କିଛି ଦିନ ପୂର୍ବରୁ ପାକିସ୍ଥାନରେ ଏକ ବଡ ଧରଣର ଆକ୍ରମଣ ହୋଇଥିଲା | ଯେଉଁତିରେ ପ୍ରାଯ ତିନିଶହରୁ ଅଧିକ ଆତଙ୍କବାଦୀ ନିହତ ହୋଇତିଲେ | ତେବେ ଉତକ୍ତ ଘଟଣାକୁ କିଛି ଦିନ ପୂରି ନଥିଲେ ପୁଣି ଆଜି ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି | ଏ ଦୁଇ ଜଣ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି | ସେମାନଙ୍କଠାରୁ ଦୁଇଟି ରାଇଫଲ ଜବତ କରାଯାଇଛି । ନିହତ ଦୁଇ ଆତଙ୍କବାଦୀ ତ୍ରାଲ୍‌ର ବାସିନ୍ଦା ଇରଫାନ୍ ଅହମଦ ଓ ଅଦଫାର ଫୟାଜ୍‌ । ତ୍ରାଲ ସେକ୍ଟରର ରେଶୀରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ଥିବା ନେଇ ଗତକାଲି ଅପରାହ୍ଣରେ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ । ଏହାପରେ ୪୨ ରାଷ୍ଟ୍ରୀୟ ରାଇଫଲ୍‌ସ, ସିଆରପିଏଫ୍‌ ଓ ଏସଓଜିର ଯବାନମାନେ ମିଳିତ ଭାବେ ସନ୍ଧ୍ୟାରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ । ସୁରକ୍ଷାକର୍ମୀମାନେ ଏହା ଦୃଢ଼ ଜବାବ ଦେଇଥିଲେ। ରାତି ସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ଦିନ ହନ୍ଦୱାଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।