OnaKhabar

ପରୀକୟା ପ୍ରୀତିରୁ ମହିଳାଙ୍କୁ ଅନ୍ୟଜଣେ ମହିଳାଙ୍କ ଆକ୍ରମଣ

0 13

ଗଜପତି: ଗଜପତି ଜିଲ୍ଲା ପୋଡ଼ାଶଙ୍ଖ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଖବର ମିଳିଛି । ଆକ୍ରମଣ କାରଣ ତାଙ୍କ ସ୍ୱାମୀଙ୍କ ସହ ପରକୀୟା ପ୍ରୀତି ।
ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ମୋହନା ବ୍ଲକ୍ ପୋଡ଼ାଶଙ୍ଖ ଗାଁରେ ଜଣେ ମହିଳା ଅନ୍ୟ ଜଣେ ମହିଳା ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଗୁରୁତର ଆହତ ହୋଇ ମହିଳାଜଣଙ୍ଖ ମୋହନା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ୱାମୀଙ୍କ ସହିତ ଅନୈତିକ ସମ୍ପର୍କକୁ ସନ୍ଦେହ କରି ଆକ୍ରମଣ କରିଛନ୍ତି ମହିଳା ଜଣକ । ଆକ୍ରମଣ କରିଥିବା ମହିଳାଙ୍କୁ କାବୁ କରି ଗ୍ରାମବାସୀ ପୁଲିସରେ ଦେଇଛନ୍ତି । ପୁଲି ଅଭିଯୁକ୍ତ ମହିଳାଙ୍କୁ ଥାନାରେ ଅଟକ ରଖି ପପଚରା ଉଚୁରା କରୁଛି ।

https://www.onakhabar.com/husband-killed-his-wife/

Leave A Reply

Your email address will not be published.