OnaKhabar

ଜମ୍ମୁ-କଶ୍ମୀରର ନିର୍ମାଣ ହେବେ ୪୦୦ ବଙ୍କର

56

ଜମ୍ମୁ : ଜମ୍ମୁ-କଶ୍ମୀରର ପୁଂଚ ଓ ରାଜୌରୀ ଜିଲ୍ଲା ଉପରକୁ ପାକ୍ସେନା ଗତ ୫ ଦିନ ଧରି ମୋର୍ଟାର ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ନିମିନ୍ତେ ଅତିରିକ୍ତ ୪୦୦ ବଙ୍କର ନିର୍ମାଣ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି । ସୀମାପାର ମୋର୍ଟାର ମାଡ଼ରୁ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ପ୍ରଶାସନ ପୁଚ ଜିଲ୍ଲାରେ ୨୦୦ ଓ ରାଜୌରୀ ଜିଲ୍ଲାରେ ୨୦୦ ବଙ୍କର ନିର୍ମାଣ କରିବ । କୌଣସି ପରିସ୍ଥିତିରେ ବଙ୍କର ନିର୍ମାଣ କାମ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁକଶ୍ମୀର ଗ୍ରାମ ବିକାଶ ବିଭାଗରୁ ଅର୍ଥ ମଞ୍ଜୁର କରାଯାଇଛି । ଗୋଟିଏ ମାସ ଭିତରେ ବଙ୍କର ନିର୍ମାଣ ସାରିବାକୁ କଡ଼ା ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ବିଗତ ୫ ଦିନ ମଧ୍ୟରେ ପାକ୍ସେନାଙ୍କ ଗୋଳାମାଡ଼ରେ ବହୁ ସାଧାରଣ ଲୋକଙ୍କ ଘରଦ୍ୱାର ନଷ୍ଟ ହୋଇଛି । ପାକ୍ସେନାଙ୍କ ମୋର୍ଟାର ମାଡ଼ରେ ଚାରିଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ସୀମାପାର ଗୁଳିଗୋଳା ମାଡ଼ରୁ ରକ୍ଷା ପାଇବା ପାଇଁ ସରକାର ସୁରକ୍ଷିତ କଲୋନୀ ନିର୍ମାଣ କରିବା ଉଚିତ୍ ବୋଲି ଗୁଜ୍ଜର ନେତା ଶାମଶେର ହାକ୍ଲା ମତବ୍ୟକ୍ତ କରିଛନ୍ତି । ସାଧାରଣ ଲୋକଙ୍କ ଉପରକୁ ଅଯଥା ଆକ୍ରମଣ କରୁଥିବାରୁ ସେ ପାକ୍ସେନାକୁ ତୀବ୍ର ନିନ୍ଦାଦ କରିଛନ୍ତି । ଶାମଶେର କହିଛନ୍ତି ଯେ ସୀମାପାର ଆକ୍ରମଣଦ କାରଣରୁ ଲୋକଙ୍କୁ ଦୈନିକ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସୁରକ୍ଷିତ କଲୋନୀ ନିର୍ମାଣ କରାଗଲେ, ଲୋକଙ୍କ ଧନଜୀବନ ହାନି ଆଶଙ୍କା କମ୍ ରହିବ । ଶାମଶେରଙ୍କ ମତରେ ସୀମାନ୍ତବର୍ତୀ ଲୋକମାନେ ସର୍ବଦା ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଆସିଛନ୍ତି । ସୀମା ନିକଟରେ ରହୁଥିବା ଲୋକମାନେ ସାମାଜିକ, ଶିକ୍ଷା, ଆର୍ôଥକ ଓ ରାଜନୀତିଦ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି । ସୀମାବର୍ତୀ ଇଲାକାରେ ବିଜୁଳି ବ୍ୟବସ୍ଥା ନାହିଁ । ବିଶୁଦ୍ଧ ପାନୀଜ ଜଳ ସୁବିଧା ନାହିଁ । ଗମନାଗମନ ପାଇଁ ଭଲ ରାସ୍ତାଟିଏ ନାହିଁ ।
ଭଲ ବିଦ୍ୟାଳୟଟିଏ ନାହିଁ । ମେଡିକାଲ ନଥିବାରୁଦ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାକୁ ପ୍ରଶାସନ ବିଫଳ ହୋଇଛି । ରାଜନେତାମାନେ ଆପଣା ଫାଇଦା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଞ୍ଚ ଜିଲ୍ଲାକୁ ଆସି ସୀମାନ୍ତବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ପୂର୍ବର ନ୍ୟାସନାଲ୍ କନ୍ଫରେନ୍ସ ଓ ପିଡିପି ସରକାର ଲୋକଙ୍କ ପାଇଁ ଆଖିଦୃଶିଆ କାମ କରିନି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ହୁରିଆତ୍ ଭଳି ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସରକାର ସବୁ ସୁବିଧା ପ୍ରତ୍ୟାହାର କରି ନଇଛନ୍ତି । ବିଚ୍ଛିନ୍ନତାବାଦୀ ନେତାମାନେ ଭାରତରେ ରହି ପାକିସ୍ତାନ ଗୁଣ ଗାଇବାକୁ ସବୁ ସ୍ତରରେ ନିନ୍ଦା କରାଯାଉଛି । ଜମ୍ମୁ-କଶ୍ମୀରର ଶିକ୍ଷିତ ଯୁବକ ଯୁବତୀମାନେ ନୂଆଦିଲ୍ଲୀ ସମେତ ଅନ୍ୟାନ୍ୟ ସହରରେ ରହି ପାଠ ପଢ଼ୁଛନ୍ତି । ଶିକ୍ଷିତ ଯୁବକ ଯୁବତୀଙ୍କ ତୁଳନାରେ ଅଧାପାଠୁଆଙ୍କ ସଂଖ୍ୟା ବେଶି ହୋଇଥିବାରୁ ଆତଙ୍କବାଦୀଙ୍କ କଥାରେ ସହଜରେ ପ୍ରଭାବିତ ହୋଇ ଉଭୟ ପରିବାର ଓ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।