OnaKhabar

ଏହି ଅପ୍ରେଲରେ ବିବାହ କରିବେ ଅର୍ଜୁନ-ମଲାଇକା

61

ମୁମ୍ବାଇ: ବଲିଉଡରେ ଯୋରଦାର ଚର୍ଚ୍ଚାରେ ଥିବା ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଦୁଇଜଣ ଖୁବ ଶିଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ପୁଣି ଏଇ ଅପ୍ରେଲରେ କରିବେ ବେଲି ମଧ୍ୟ ସୂଚନା ଆସିସାରିଛି । ଏହି ବିବାହ ଖ୍ରୀଷ୍ଟିଆନ ରିତିନୀତିରେ ହେବାର ରହିଛି । ଦୀର୍ଘଦିନ ଧରି ଏହି ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା । ଗତବର୍ଷ ଇଟାଲିରୁ ନିଜ ଜନ୍ମଦିନ ର ଛୁଟି କାଟି ଫେରୁଥିବା ବଲିଉଡର ମୁନ୍ନିଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅର୍ଜୁନ କପୁରଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା ।
ସୂଚନାନୁଯାୟୀ, ଅର୍ଜୁନ କପୁର ନିଜ ଠାରୁ ୧୨ବର୍ଷ ବଡ଼ ଥିବା ମଲାଇକାଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଛନ୍ତି ଯେ ତାଙ୍କୁ ଆଉ କେହି ଦେଖାଯାଉନାହାନ୍ତି । ସେ ଏ ଅପ୍ରେଲରେ ବିବାହ ଘୋଷଣା କରିବାର ଚର୍ଚ୍ଚା ଖୁବ ଜୋରସୋରରେ ଚାଲଛି ଏବେ ବଲିଉଡରେ ।