OnaKhabar

ଖାରବେଳ ଓ ଶ୍ରୀକାନ୍ତଙ୍କ ମତ: କଂଗ୍ରେସ ଓ ବିଜେପି ଚାହୁଁନାହାନ୍ତି ନବୀନ ହାରନ୍ତୁ

64

ଭୁବନେଶ୍ୱର: ବିଜେପି ଓ କଂଗ୍ରେସ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିତରେ ମିଶିକି ଅଛନ୍ତି । ଏହି ଦୁଇ ଦଳ କେହି ଚାହୁଁନାହାଁନ୍ତି ନବୀନ ପଟ୍ଟନାୟକ ହାରନ୍ତୁ । ଉଭୟଙ୍କର ଲକ୍ଷ୍ୟ କେନ୍ଦ୍ରରେ କ୍ଷମତାକୁ ଆସିଲେ ନବୀନଙ୍କ ସମର୍ଥନ ତାଙ୍କୁ ମିଳିବ । ଏଭଳି ମତ ରଖିଛନ୍ତି ଉକ୍ରଳ ଭାରତ ନେତା ଐର ଖାରବେଳ ସ୍ୱାଇଁ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏଣୁ ଓଡ଼ିଶାରେ ଏମାନଙ୍କୁ ପରାହତ କରିବା ପାଇଁ ଏକ ବିକଳ୍ପ ଦରକାର ବୋଲି ମତ ପ୍ରକାଶ ପାଇଛି ।


ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେୂ ଓଡ଼ିଶକୁ ଆଉ ଏକ ଆଂଚଳିକ ଦଳର ବା ବିକଳ୍ପ ଆବଶ୍ୟକ ସଂର୍ପରେ ଉଠିଥିବା ପ୍ରଶ୍ନ ଉପରେ ରାଜନେତା ମାନେ ମତ ରଖିଛନ୍ତି । ଏଥିରେ ଉô୍ଳ  ଭାରତ ସଭାପତି ଖାରବେଳ ସ୍ୱାଇଁ କହିଛନ୍ତି ଯେତେବେଳେ ଗୋଟିଏ ମେଣ୍ଟ କରିବାକୁ ଯିବା ସେତେବେଳେ ପରସ୍ପର ପ୍ରତି ସମ୍ମାନବୋଧ ଓ ମର୍ଯ୍ୟାଦା ରହିବା ଦରକାର । ଏଥିରେ ସଙ୍କଟ ହେଉଛି ଯେତେବେଳେ ଏ ପ୍ରସଙ୍ଗ ଉଠୁଛି ଯେ, ମିଶିକି କାମ କରିବା । ସେତେବେଳ କଥାଟି ଉଠୁଛି ଯେ, କେବଳ ମୋରି ନେତୃତ୍ୱରେ ଏହା ହେଉ । ଆଉ କାହା ନେତୃତ୍ୱରେ ନୁହେଁ । ପ୍ରଶ୍ନଟି ଉଠୁଛି ମୋ ସାଙ୍ଗରେ ଯିଏ ରହିବ ସେ ମୋର ଅଧସ୍ତନ ହୋଇ ରହୁ, ମୋର ବନ୍ଧୁ ହୋଇ ନୁହେଁ । ସଂକଟଟି ରହୁଛି ସେଇଠି ଆଉ କୋଉଠି ନୁହେଁ । ତେଣୁ ଯେତେବେଳେ ସମସ୍ତେ ମିଶିକି ଗୋଟିଏ କାମ କରିବାକୁ ଚାହୁଁଛନ୍ତି । ସେତେବେଳେ ଯଦି ପରସ୍ପରକୁ ମର୍ଯ୍ୟଦାନ ନ ଦେବେ ଓ ସମ୍ମାନ ନ ଦେବେ ଏବଂ କେବଳ ଧାରଣା ରହିବ ଯେ, ମୋ ଗାଡ଼ତଳେ ସମସ୍ତେ ପଡ଼ନ୍ତୁ । ଏଥିରେ ମେଣ୍ଟକେମିତି ଓ କେଉଁବାଟରେ ହୋଇପାରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ରାଜ୍ୟରେ ଆଉ ଗୋଟିଏ ଆଂଚଳିକ ଦଳର ଆବଶ୍ୟକତା ରହିଛି । ଏହାର ଆବଶ୍ୟକତା ପାଇଁ କହୁଛି ଏଠାରେ ୨ଟି ରାଷ୍ଟ୍ରୀୟ ଦଳ ଅଛନ୍ତି । ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ । ତାଙ୍କର ଲକ୍ଷ୍ୟ କଣ? ତାଙ୍କର ଲକ୍ଷ୍ୟ ହେଉଛି ବିଜୁ ଜନତା ଦଳ କେମିତି ଜିତିକି ଆସୁ । କାରଣ ବିଜୁ ଜନତା ଦଳ ଯଦି ଜିତିକି ଆସିବ କେନ୍ଦ୍ରରେ ଆମେ ସରକାର କରିବୁ ଆମକୁ ସାହାଯ୍ୟ କରିବ । ଆପଣ ଭାରତୀୟ ଜନତାପାର୍ଟି କଥା ଦେଖନ୍ତୁ । ଯେତେବେଳେ ଭାରତୀୟ ଜନତାପାର୍ଟିକୁ ପ୍ରଶ୍ନ ହେବ ଓଡ଼ିଶାର ବିକାଶ କେମିତି ହେବ ନା ମୋଦି କରିଦେବେ, ମୋଦି ପାଇସାରେ ହେବ । ମୋଦି କଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ? ନରେନ୍ଦ୍ର ମୋଦି ଏକଥା କହୁନ୍ତୁ ଯେ ମୁଁ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବି । ଆମେ ସମସ୍ତେ ତାଙ୍କୁ ସମର୍ଥନ କରିବୁ । କିନ୍ତୁ ନରେନ୍ଦ୍ର ମୋଦି କହିବେ ମୁଁ ଦିଲ୍ଲୀରେ ରହିବି, ମୁଁ ଯାହାକୁ ପଠାଇ ଦେବି ସିଏ ବର୍ତ୍ତମାନ ଆଉ ଗୋଟିଏ ମୋଦି ହୋଇଯିବ । ଏଟା କେମିତି ହେବ? ତେଣୁ ଗୋଟିଏ ବଡ଼ କଥା ହେଉଛି ଯେ, ସୁଶାନ ହେଉଛି ଗୋଟିଏ ରାଷ୍ଟ୍ରର ଓ ରାଜ୍ୟର ବିକାଶର ମୂଳମନ୍ତ୍ର ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ନରେନ୍ଦ୍ର ମୋଦୀ ଉଭୟ ସଂପର୍କ ରଖିଛନ୍ତି । ଏଣୁ ନବୀନ ପଟ୍ଟନାୟକ ସମ୍ପୁର୍ଣ୍ଣ ନିରାପଦରେ ରହିଛନ୍ତି । ଉଭୟ ତାଙ୍କଉପରେ ଲକ୍ଷ୍ୟ ରଖିଛନ୍ତି । ଉଭୟ ଭାବିଛନ୍ତି ଯିଏ ଜିତିବ ନବୀନ ତାଙ୍କୁ ସମର୍ଥନ କରିବେ । ନରେନ୍ଦ୍ର ମୋଦୀ ଭାବିଛନ୍ତି ନବୀନ ଯଦି ଜିତିବେ ତାଙ୍କୁ ସମର୍ଥନ କରିବେ । ରାହୁଲ ଗାନ୍ଧୀ ମଧ୍ୟ ଭାବିଛନ୍ତି ନବୀନ ଜିତିଲେ ତାଙ୍କୁ ସମର୍ଥନ କରିବେ । ଉଭୟ ନବୀନ ବାବୁଙ୍କ ମାଧ୍ୟମରେ ସମସ୍ତଙ୍କୁ ମାରିବାରେ ଲାଗିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।