OnaKhabar

ପାକିସ୍ତାନ ଜିନ୍ଦାବାତ କହି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

53

ନୂଆଦିଲ୍ଲୀ: ପାକିସ୍ତାନ ଜିନ୍ଦାବାତ କହି ନିର୍ଦ୍ଧୁମ ଛେଚା ଖାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ନେଇ ପଚରାଉଚୁରା କରି ଛାଡ଼ିଦେଇଥିବା ଜଣାପଡ଼ିଛି । ଖବର ଅନୁଯାୟୀ ଯୁବକ ଜଣକ ନିଜ ବାଲକୋନୀରେ ଛିଡ଼ା ହୋଇ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିଳେ । ସ୍ଥାନୀୟ ଲୋକମାନେ ଏହା ଶୁଣିବା ପରେ ପ୍ରଚଣ୍ଡ ରାଗିଯାଇ ତାଙ୍କ ନିକଟୁ ଯାଇ ଏପରି କହିବାକୁ ମନା କରିଥିଲେ । କିନ୍ତୁ ଯୁବକ ଜଣଙ୍କ ଆହୁୁରି ଜୋରରେ କହିଥିଲେ । ଏହା ପରେ ଲୋକମାନେ ମିଶି ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଏପରି କି ମାଡ଼ ମରା ଦୃଶ୍ୟକୁ ମୋବାଇଲରେ ରେକର୍ଡି ହୋଇ ଭାଇରାଲ ହୋଇଛି ।
ଆହୁରି ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଦେଖାଦେଇଛି । ଆଜି ବସ ଭିତରେ ପାକିସ୍ତାନ ଜିନ୍ଦାବାଦ କହିବା ଫଳରେ ଲୋକଙ୍କ ରୋସର ଶିକାର ହୋଇ ଦୁଇ ଯବୁକ ହୁଲୁହାଣ ହୋଇଛନ୍ତି । ଘଟଣା ଘଟିଛି ସୋପୁର ଜିଲ୍ଲାର ବିନିକା ଅଂଚଳରେ ଏକ ଯାତୀବାହି ବସରେ ଦୁଇ ଜଣ ଯୁବକ ଆସୁଥିଲା ବେଳେ ହଠାତ ବସ ଭିତରେ ଦୁଇଜଣ ଯୁବକ ପାକିସ୍ତାନ ଜିନ୍ଦାବାଦ ଧ୍ୱନୀ ଦେଇଥିଲେ । ଏହାକୁ ନେଇ ଲୋକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଉଭୟ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାର ଅଭିଯୋଗ ହୋଇଛି । ଫଳରେ ଲୋକେ ଉତ୍ୟକ୍ତ ହୋଇ ଦୁଇଜଣଙ୍କୁ ପ୍ରବଳ ମାଡ଼ ଦେଇଥିଲେ । ଗୁରୁତର ଭାବେ ସେମାନେ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ବିନିକା ଥାରେ ଅଭିଯୋଗ ହୋଇଛି । ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି ।