OnaKhabar

ଗିରଫ ପାଇଲଟ ଅଭିନନ୍ଦନଙ୍କୁ ଶୁକ୍ରବାର ପାକିସ୍ତାନ ମୁକ୍ତ କରିବ

107

ନୂଆଦିଲ୍ଲୀ : ଶେଷରେ ଚାପର ବଶବତି ହେବା ପରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଗିରଫ ପାଇଲଟଙ୍କୁ ଛାଡିବା ପାଇଁ ଘୋଷଣା କରିଛନ୍ତି । ଶୁକ୍ରବାର ଭାରତୀୟ ପାଇଲଟକୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନ ମନ୍ତ୍ରୀ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଥିଲେ । ଭାରତ ସହିତ ଆମେ ଶାନ୍ତି ଚାହୁବୋଲି ପାକ ପ୍ରଧାନ ମନ୍ତ୍ରୀ ସଂସଦରେ ଘୋଷଣା କରିଥିଲେ । ପାକିସ୍ତାନ ଶାନ୍ତି ଚାହେଁ ଏହି ବାର୍ତ୍ତା ବିଶ୍ୱ ସମବାୟକୁ ଦେବାପାଇଁ ପାକ ପ୍ରଧାନ ମନ୍ତ୍ରୀଙ୍କର ଏହା ଏକ ଚାଲ ବୋଲି କୁହାଯାଉଛି ।
ବୁଧବାର ପାକିସ୍ତାନ ବିମାନକୁ ଟାର୍ଗେଟ କରି ଯାଇଥିବା ଭାରତର ବାୟୁସେନାର ମିଗ-୨୧ ଯାଇଥିବା ପାକିସ୍ତାନ ସୀମା ଭିତରେ ଦୁର୍ଘଟଣା ହୋଇଥିଲା । ଏଥିରେ ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରିଦେଇଥିଲା । ଗିରଫ ପରେ ପାଇଲଟଙ୍କର ଫଟୋ ଓ ଭିଡିଓ ପାକିସ୍ତାନ ସେନା ପକ୍ଷରୁ ଯାରି କରାଯାଇଥିଲା । ଯାହା ନିୟମ ଅନୁସାରେ ପାକିସ୍ତାନ ପକ୍ଷରୁ କରାଯିବା କଥା ନୁହେଁ । ଆମେରିକା,ଚିନ,ଜାପାନ,ଫ୍ରାନ୍ସ ପ୍ରଭୁତି ରାଷ୍ଟ୍ର ପାକିସ୍ତାନଙ୍କ ପଦକ୍ଷେପକୁ କଡା ସମାଲୋଚନା କରିଥିଲେ । ଜୈସ-ଇ-ମହୋମ୍ମଦ ର ମୁଖ୍ୟ ମାସୁଦ ଆର୍ଜ୍ଜହାର କୁ କଳା ତାଲିକା ମୁକ୍ତ କରିବା ଓ ତାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ କୁ ଯବତ କରିବା ଲାଗି ଜାତି ସଂଘରେ ପ୍ରସ୍ତାବ ଦିଆଯାଇଛି । ଅଧିକ ଉତ୍ତେଜନା ପ୍ରକାଶ ନକରିବାକୁ ଓ ଶାନ୍ତି ବଜାୟ ରଖିବାପାଇଁ ବିଭିନ୍ନ ରାଷ୍ଟ୍ର ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ।
କୁହାଯାଉଛି ଗିରଫ ପାଇଲଟ ଅଭିନନ୍ଦନଙ୍କ ଫଟୋ ଜାରି କରି ପାକିସ୍ତାନ ସେନା ଫସିବେ । ଥରେ ଫଟୋ ଜାରି କରିଦେଇଥିବାରୁ ଆଉ ତାଙ୍କ ବିରୁଦ୍ଧରେ କିଛିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଫସିଥାନ୍ତେ । ସମଗ୍ର ବିଶ୍ୱ ପାକିସ୍ତାନକୁ ଏକ ଘରିକିଆ କରିବା ପାଇଁ ଲାଗିପଡି ଥାନ୍ତେ । ଗିରଫ ପାଇଲଟକୁ ଛାଡିବା ପାଇଁ ଭାରତ ପକ୍ଷରୁ ଦାବୀ କରାଯିବା ପରେ ପାକିସ୍ତାନ ପକ୍ଷରୁ କେତେକ ସର୍ତ୍ତ ରଖାଗଲା । କିନ୍ତୁ ଭାରତ ବିନା ସର୍ତ୍ତରେ ପାଇଲଟକୁ ଛାଡିବା ପାଇଁ କହିଲା । ଏଣୁ ସବୁଆଡୁ ଅଡୁଆ ପରିସ୍ଥିତି ସେଥିପାଇଁ ପାକ ପ୍ରଧାନ ମନ୍ତ୍ରୀ ଶାନ୍ତିର ଚାଲ ଖେଳିଲେ । ବିଶ୍ୱର ସମୁଦାୟ ପାଖରେ ହିରୋ ହେବା ପାଇଁ ଶାନ୍ତି ପ୍ରଥା ଉଠାଇଛନ୍ତି । କିନ୍ତୁ ଦୁଇ ଦିନ ହେଲା ଅସ୍ତ୍ର ବିରୋଦ୍ଧି ନିୟମ ଉଲ୍ଲଘନ କରି ପାକିସ୍ତାନ ସେନା ଭାରତ ସୀମାରେ ପ୍ରବଳ ଗୁଳିଗୁଳା ବର୍ଷଣ କରି ଚାଲିଛି ।

https://www.onakhabar.com/bharatia-jojna-attack/