OnaKhabar

ରାଜ୍ୟ ଚଳଚ୍ଚିତ୍ର-ଟେଲି ପୁରସ୍କାର ବିବାଦ : ମନୋନୟନକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଯୋଜକ

948

ଭୁବନେଶ୍ୱର: ପୂର୍ବ ବର୍ଷ ପରି ୨୦୧୭ ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ ପୁଣି ବିବାଦ ଦେଖାଦେଇଛି । ଘୋଷଣା ପୂର୍ବରୁ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଜୁରି କମିଟି ଉପରେ ପ୍ରଶ୍ନ ଉଠାଇ ନିଜ ଚଳଚ୍ଚିତ୍ର ପ୍ରତ୍ୟାହାର ପାଇଁ ଆବେଦନ କରିଥିବା ବେଳେ ଘୋଷଣା ପରେ ମନୋନୟନ ପ୍ରକ୍ରିୟାକୁ ନେଇ ପୁଣି ସେ ପ୍ରଶ୍ନ ଉଠାଇବା ସହ ପ୍ରହସନ ବନ୍ଦ ହେଉ ଏବଂ ସୁଧାର ଆସୁ ବୋଲି କହିଛନ୍ତି ।
ଆୟୋଜିତ ଥଏକ ସାମ୍ବାଦିକ ସମ୍ମିଳନୀରେ “କଥା ଦେଲି ମଥା ଛୁଇଁ” ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାଥା ଅଭିଯୋଗ କରିଛନ୍ତି ଯେ ଚଳିତ ଥର ସଠିକ ଭାବେ ମନୋନୟନ କରାଯାଇନାହିଁ । ଏଥିରେ ପ୍ରିୟାପ୍ରୀତି ତୋଷଣ କରାଯାଇଛି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଓଡ଼ିଶା ନାଟ୍ୟସଂଘର ପ୍ରମୁଖ କର୍ମକର୍ତ୍ତା ଧୀର ମଲ୍ଲିକ ଏବଂ ମନୋଜ ପଟ୍ଟନାୟକ ଉଭୟ ଚଳଚ୍ଚିତ୍ର ଓ ଟେଳି ଧାରାବାହିକ ପାଇଁ ଗଠିତ ଜୁରି କମିଟିରେ ସ୍ଥାନ ପାଇଥିଲେ । ଏପରି କି ସେମାନେ ନିଜ ନିଜ ସମ୍ପର୍କୀୟଭ୍କୁ ବିଭିନ୍ନ ବିଭାଗରେ ମନୋନୟନ କରିଛନ୍ତି । ଶ୍ରୀ ମଲ୍ଲିକ ତାଙ୍କ ନାଟକ ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଜଣେ କଳାକାରଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ସେହିିପରି ଟେଲି ଧାରାବାହିକରେ ଶ୍ରେଷ୍ଠ ନାଟ୍ୟ ପାଇଁ ମନୋନୀତ ପ୍ରତିଭାଙ୍କୁ ଜୁରି ସଭ୍ୟ ଶ୍ରୀ ପଟ୍ଟନାୟକ “ରାଜକନ୍ୟା” ନିମନ୍ତେ ମନୋନୀତ କରିଛନ୍ତି । ଯାହାକି ଅନ୍ୟଭାଷାରୁ ସିଧାସଳଖ ନକଲ କରାଯାଇଛି । ଶ୍ରୀ ପଟ୍ଟନାୟକ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ସମ୍ପୃକ୍ତ ଚିତ୍ରନାଯ୍ୟ ପ୍ରସ୍ତୁତକାରୀଙ୍କ ସହ ଚଳିତ ଯାତ୍ରାଋତୁରେ ଏକ ଯାତ୍ରା ନାଟକ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା “ହେଲୋ ଆରସି”ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପ୍ରକୃତି ମିଶ୍ର ପୂର୍ବରୁ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବାେବେଳେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରୁ ତାଙ୍କୁ କେମିତି ବାଦ ଦିଆଗଲା ବୋଲି ମାଥା ପ୍ରଶ୍ନ ଉଠାଇବା ସହ ଜୁରି କମିଟି ଏହା କଣ ନିପେକ୍ଷତା ବୋଲି ପ୍ରଶ୍ନ କରିଛନ୍ତି । ପୁରସ୍କାରରେ ସ୍ୱଚ୍ଛତା ଅଣାଯାଇଥିବା ସଂସ୍କୃତି ବିଭାଗ କହୁଥିବା ବେଳେ ଫଳ ସମ୍ପୂର୍ଣ୍ଣ ଓଲଟା ହୋଇଥିବା ଶ୍ରୀ ମର୍ଥା ଅଭିଯୋଗ କରିବା ସହ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ନ୍ୟାୟ ନ ମିଳିଲେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।